ସୃଷ୍ଟି ହେଲା ୧୧ହଜାରରୁ ଅଧିକ ନର୍ସିଂ ଅଫିସର ପଦବି

ଭୁବନେଶ୍ବର : ରାଜ୍ୟରେ ସ୍ବାସ୍ଥ୍ୟ ସେବାକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ୧୧,୦୦୬ଟି ନୂତନ ନର୍ସିଂ ଅଫିସର ପଦବି ସୃଷ୍ଟି କରାଯାଇଛି। ଏହି ପଦବି ଗୁଡ଼ିକ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ର ତଥା ବିଭିନ୍ନ ମେଡିକାଲ କଲେଜରେ ପୂରଣ କରାଯିବ। ଦୁଇଟି ପର୍ଯ୍ୟାୟରେ ଏହି ପଦବି ପୂରଣ କରାଯିବ। ଓଡ଼ିଶା ନର୍ସିଂ ସେବା ନିୟମାବଳୀ ୨୦୧୯ ଅନୁଯାୟୀ ଏହି ପଦବିଗୁଡ଼ିକ ପୂରଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହି ନୂତନ ପଦବି ଗୁଡ଼ିକ ମଧ୍ୟରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୮୭୪, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୫୪୦୦, ମାତୃତ୍ବ ଓ ଶିଶୁ ଚିକିତ୍ସା କେନ୍ଦ୍ର ଗୁଡ଼ିକରେ ୨୬୫୯ ପଦବି ସୃଷ୍ଟି କରାଯାଇଛି। ଜିଲ୍ଲାସ୍ତରରେ ସମୁଦାୟ ୮୯୩୩ ପଦବି ଓ ମେଡିକାଲ କଲେଜ ଓ ହସ୍ପିଟାଲରେ ୨୦୭୩ ପଦବି ସୃଷ୍ଟି କରାଯାଇଥିବା କୁହାଯାଇଛି।

ସମ୍ବନ୍ଧିତ ଖବର