ଭୁବନେଶ୍ବର: ଗତ ଅଗଷ୍ଟ ମାସରେ ରାଜ୍ୟରେ ପ୍ରବଳ ବର୍ଷା ଓ ମହାନଦୀ, ବୈତରଣୀ, ସୁବର୍ଣ୍ଣରେଖା, ବ୍ରାହ୍ମଣୀର ବନ୍ୟା ଜଳ ଯୋଗୁଁ ୧୪ ହଜାର ଘର ଭାଙ୍ଗିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ବନ୍ୟା କ୍ଷୟକ୍ଷତି ରିପୋର୍ଟ ଜାରି ହେବା ପରେ ଏହା ଜଣାପଡ଼ିଛି। ପ୍ରବଳ ବର୍ଷା ଓ ବନ୍ୟାରେ ରାଜ୍ୟରେ ୧୪ ହଜାର ୨୩୫ଟି ଘର ଭାଙ୍ଗିଥିବା ଜିଲ୍ଲାପାଳମାନେ ରିପୋର୍ଟ ଦେଇଛନ୍ତି । ସେହିପରି ୧ ଲକ୍ଷ ୨୬ହଜାର ୧୬୨ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ୨୮ ହଜାର ହେକ୍ଟର ମାଛପୋଖରୀ, ୧୨୩୬ ଗୁହାଳ କ୍ଷତିଗ୍ରସ୍ତ ହୋଇଛି। ଘର ନିର୍ମାଣ ଓ କୃଷି ସହାୟତା ପାଇଁ ସରକାର ୧୨୮.୫୮ କୋଟି ଟଙ୍କା ମଞ୍ଜୁର ଦେଇଛନ୍ତି।
ଗତମାସରେ ରାଜ୍ୟରେ ଲଗାତାର ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ହୋଇଥିଲା। ଉପରମୁଣ୍ଡରୁ ଅଧିକ ବନ୍ୟାଜଳ ପ୍ରବାହିତ ହେବାରୁ ହୀରାକୁଦ ଜଳଭଣ୍ଡାରରୁ ୪୦ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଇଥିଲା। ଫଳରେ ମହାନଦୀର ଉଭୟ ପାର୍ଶ୍ବରେ ଥିବା ଲୋକେ ପ୍ରଭାବିତ ହୋଇଥିଲେ। କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ବନ୍ୟାଜଳ ଅଧିକ କ୍ଷତି କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/0d9378e5-ef5d-476f-b822-38ebe836dd29.jpg)