ବିବାହ ଭୋଜି ଖାଇ ୧୫ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

ଡ଼ାବୁଗାଁ : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ବୋରିଗାଁ ପଞ୍ଚାୟତ ଅନ୍ତର୍ଗତ ଛେଳି ବେଡ଼ା ଗ୍ରାମରେ ଏକ ବିବାହ ଭୋଜି ଖାଇ ୧୫ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ ଗତକାଲି ମଙ୍ଗଳବାର ଦିନ ଛେଳିବେଡା ଗ୍ରାମର ଉର୍ଦ୍ଧବ ଭତରାଙ୍କ ବିବାହ ମୁଣ୍ଡିଗୁଡ଼ା ଗ୍ରାମରେ ବୈଦିକ ରୀତିରେ ଅନୁଷ୍ଠିତ ହୋଇଥିଲା। ରାତ୍ରରେ ବିବାହ ଭୋଜି ହୋଇଥିଲା। ଏଥିରେ ଛେଳି ବେଡା ଗ୍ରାମର ସମସ୍ତ ଆମନ୍ତ୍ରିତ ଅତିଥି ଭୋଜି ଖାଇଥିଲେ।

ତେବେ ବୁଧବାର ଅପରାହ୍ନରେ ସମସ୍ତଙ୍କ ପେଟ ଗୋଳମାଳ ହେବା ସହ ଝାଡାବାନ୍ତି ଆରମ୍ଭ ହୋଇଥିଲା। ଧିରେ ଧିରେ ଭୋଜି ଖାଇଥିବା ଗ୍ରାମର ଅନ୍ୟ ମାନଙ୍କୁ ମଧ୍ୟ ଝାଡାବାନ୍ତି ଆରମ୍ଭ ହୋଇଥିଲା। ୪ ଜଣ ପୁରୁଷ ସହ ୧୪ ଜଣ ମହିଳା ଏଥିରେ ଆକ୍ରାନ୍ତ ହୋଇଥିଲେ। ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ଗ୍ରାମବାସୀ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ତେବେ ଖାଦ୍ୟରେ ବିଷକ୍ରିୟା ଯୋଗୁ ଏପରି ଝାଡାବାନ୍ତି ହୋଇଥିବା ଗ୍ରାମବାସୀ କହିଛନ୍ତି।

ସମ୍ବନ୍ଧିତ ଖବର