ଭୁବନେଶ୍ୱର: ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କଷ୍ଣଚନ୍ଦ୍ର ପାତ୍ର ରାସନ କାର୍ଡକୁ ନେଇ ବଡ଼ ସୂଚନା ପ୍ରଦାନ କରିଛନ୍ତି।

Advertisment

ବିଧାନସଭାରେ ବିଧାୟିକା ସୋଫିଆ ଫିରର୍ଦ୍ଦୋସଙ୍କ ପ୍ରଶ୍ନର ଉତ୍ତର ଦେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି, ଗତ ୨୦୧୬-୧୭ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଯାଞ୍ଚ୍ କରାଯାଇ  ୧୬,୨୭,୯୨୦ ଜଣଙ୍କର ରାସନ କାର୍ଡ କଟାଯାଇଛି। ଯାଞ୍ଚ୍ ପରେ ଏସବୁ ହିତାଧିକାରୀମାନେ ଅଯୋଗ୍ୟ ବିବେଚିତ ହୋଇଥିଲେ।

୨୦୧୬-୧୭ରୁ  ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ ସରକାର ରାସନ କାର୍ଡ ତାଲିକାରୁ ମୃତ ଓ ଅଯୋଗ୍ୟ ଆଧାରରେ ୧୬,୨୭,୯୨୦ ଜଣଙ୍କ ନାମ ହଟାଇ ଦେଇଛନ୍ତି। ଏହା ସହିତ ଏହି ସରକାରୀ ସୁଯୋଗରୁ ବଞ୍ଚିତଥିବା ଲୋକଙ୍କୁ ଏଥିରେ ସାମିଲ କରାଯାଇଛି। 

ଅଧିକ ପଢ଼ନ୍ତୁ:ମୋହନ ସରକାରଙ୍କ ବଡ଼ ଘୋଷଣା: ଶ୍ରମିକଙ୍କ ଅନୁକମ୍ପାମୂଳକ ସହାୟତା ରାଶି ବୃଦ୍ଧି

ସୂଚନାଯୋଗ୍ୟ, ରାଜ୍ୟ ସରକାର ନିକଟରେ ସମସ୍ତ ରାସନ କାର୍ଡ ହିତାଧିକାରୀଙ୍କ କାର୍ଡକୁ ଆଧାର ସହ ଇ-କେୱାଇସି ଲିଙ୍କ୍‌ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହାଦ୍ୱାରା ଅଯୋଗ୍ୟ କାର୍ଡଧାରୀଙ୍କ କାର୍ଡ କଟାଯାଇ ପାରିବ।

ଅଧିକ ପଢ଼ନ୍ତୁ:ଭଞ୍ଜନଗର ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ଚଢ଼ଉ