ବର୍ତ୍ତମାନ ସୁଦ୍ଧା ସ୍ଥାନାନ୍ତର ହେଲେଣି ୨ ଲକ୍ଷରୁ ଅଧିକ ଲୋକ

ଭୁବନେଶ୍ୱର: ବାତ୍ୟା ୟାସ ମାଡିଆସୁଥିବାବେଳେ ଏବେ ଏହାକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ହେଉଛି ଓଡିଶା । ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୧୦ ହଜାର ୬୨୧ ଜଣଙ୍କୁ ସ୍ଥାନାନ୍ତର କରାଗଲାଣି । ୧୦ଟି ଜିଲ୍ଲାରେ ସ୍ଥାନାନ୍ତର ପ୍ରକ୍ରିୟା ଚାଲିଥିବାବେଳେ ବାଲେଶ୍ୱରରୁ ସର୍ବାଧିକ ୭୪,୧୩୨ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି | ସେହିପରି ଭଦ୍ରକରୁ ୭୩ ହଜାର ୧୦୩ ଜଣ, କେନ୍ଦ୍ରାପଡାରୁ ୪୧ ହଜାର ୬୮୫ ଜଣଙ୍କୁ ସ୍ଥାନାନ୍ତର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଛି |

ଏହା ବାଦ ଆଗୁଆ ପଦକ୍ଷେପ ସ୍ୱରୂପ ଢେଙ୍କାନାଳରୁ ୪୨୦ଜଣ, ପୁରୀରେ ୩ ହଜାର ୫୦୦ ଜଣ, କଟକରୁ ୧ ହଜାର ୯୧୫ ଜଣ, ମୟୁରଭଞ୍ଜରୁ ୩ ହଜାର ୩୮୨ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି | ସେହିପରି ଜଗତସିଂହପୁରରୁ ୯ ହଜାର ୧୨୨ଜଣ, ଯାଜପୁରରୁ ୩ ହଜାର ୫୯ ଜଣ, କେନ୍ଦୁଝରରୁ ୩୦୩ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି |

ତଳିଆ ଅଂଚଳରେ ରହୁଥିବା ଲୋକଙ୍କ ସହ ସମୁଦ୍ର କୂଳରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ନିଆଯାଉଛି | ତେବେ ବର୍ତ୍ତମାନ ବି ସ୍ଥାନାନ୍ତର କାର୍ଯ୍ୟ ଜାରି ରହିଥିବାରୁ ଏହି ସଂଖ୍ୟା ବଢିପାରେ ବୋଲି କୁହାଯାଉଛି |

ସମ୍ବନ୍ଧିତ ଖବର