ଓଡ଼ିଶାରୁ ଗଲାଣି ୨୧୧୨ ଟନ୍‌ରୁ ଅଧିକ ଅକ୍ସିଜେନ, ଆନ୍ଧ୍ରପ୍ରଦେଶକୁ ଯାଇଛି ସର୍ବାଧିକ

କଟକ : ଓଡ଼ିଶାରୁ ବର୍ତ୍ତମାନ ସୁଦ୍ଧା ୧୧୨ ଟ୍ୟାଙ୍କର‌୍‌ ଯୋଗେ ୨୧୧୨.୦୫୧ ଟନ୍‌ରୁ ଅଧିକ ଅକ୍ସିଜେନ୍‌ ବିଭିନ୍ନ ରାଜ୍ୟକୁ ପଠାଯାଇଛି। ଅନୁଗୁଳ, ରାଉରକେଲା, ଢେଙ୍କାନାଳ ଏବ˚ ଯାଜପୁର ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ତାମିଲନାଡ଼ୁ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ହରିଆଣାକୁ ଅକ୍ସିଜେନ୍‌ ପଠାଯାଇଛି। ଅକ୍ସିଜେନ୍‌ ନେଇଯାଉଥିବା ଟ୍ୟାଙ୍କର‌୍‌ ଗୁଡ଼ିକର ସହଜ ଯାତାୟତ ନିମନ୍ତେ ଏକ ସ୍ବତନ୍ତ୍ର ଗ୍ରିନ୍‌ କରିଡ଼ର‌୍‌ ପ୍ରସ୍ତୁତ କରାଯାଇଛି। ରାଜ୍ୟ ତଥା ରାଜ୍ୟ ବାହାରକୁ ଅକ୍ସିଜେନ୍‌ ନେଇ ଯାଉଥିବା ଟ୍ୟାଙ୍କର‌୍‌ ଗୁଡ଼ିକର ଯାତାୟାତରେ ଯେମିତି କିଛି ଅସୁବିଧା ନ ଉପୁଜିବ, ସେ ନେଇ ରାଜ୍ୟ ପୁଲିସ୍‌ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଅନୁଗୁଳ ଜିଲ୍ଲାରୁ ୧୮ଟି ଟ୍ୟାଙ୍କର‌୍‌ ଯୋଗେ ୨୭୮.୭ ଟନ୍‌, ଢେଙ୍କାନାଳ ଜିଲ୍ଲାରୁ ୧୪ଟି ଟ୍ୟାଙ୍କର‌୍‌ ଯୋଗେ ୨୩୧.୧୬ ଟନ୍‌, ଯାଜପୁର ଜିଲ୍ଲାକୁ ୩୩ଟି ଟ୍ୟାଙ୍କର‌୍‌ ଯୋଗେ ୭୦୨.୭୪ ଟନ୍‌ ଏବ˚ ରାଉରକେଲାରୁ ୪୭ଟି ଟ୍ୟାଙ୍କର‌୍‌ ଯୋଗେ ୮୯୯.୪୫୧ ଟନ୍‌ ଅକ୍ସିଜେନ୍‌ ବିଭିନ୍ନ ରାଜ୍ୟକୁ ପଠାଯାଇଛି। ୩୮ଟି ଟ୍ୟାଙ୍କର‌୍‌ରେ ଆନ୍ଧ୍ରପ୍ରଦେଶକୁ ୮୧୧.୦୪ ଟନ୍‌, ୨୭ଟି ଟ୍ୟାଙ୍କର‌୍‌ ଯୋଗେ ତେଲେଙ୍ଗାନାକୁ ୪୭୯.୪୧୯ଟନ୍‌, ତାଲିମନାଡୁକୁ ୨ଟି ଟ୍ୟାଙ୍କର‌୍‌ ଯୋଗେ ୩୬.୧ଟନ୍‌, ହରିଆଣାକୁ ୮ଟି ଟ୍ୟାଙ୍କର‌୍‌ରେ ୧୮୭.୫୧୨ ଟନ୍‌, ମହାରାଷ୍ଟ୍ରକୁ ୬ଟି ଟ୍ୟାଙ୍କର‌୍‌ରେ ୧୧୨.୦୬ ଟନ୍‌, ଛତିଶଗଡ଼କୁ ୫ଟି ଟ୍ୟାଙ୍କର‌୍‌ରେ ୭୮.୨୨ଟନ୍‌, ଉତ୍ତରପ୍ରଦେଶକୁ ୯ଟି ଟ୍ୟାଙ୍କର‌୍‌ ଯୋଗେ ୧୫୬.୩୮ ଟନ, ୧୭ଟି ଟ୍ୟାଙ୍କର‌୍‌ ଯୋଗେ ୨୫୧.୩୨ ଟନ୍‌ ଅକ୍ସିଜେନ୍‌ ମଧ୍ୟପ୍ରଦେଶକୁ ଯୋଗାଇ ଦିଆଯାଇଛି। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ୍‌ ଓ ଶୃଙ୍ଖଳା) ଯଶୋୱନ୍ତ ଜେଠୱାଙ୍କ ତତ୍ତ୍ବାବଧାନରେ ଅକ୍ସିଜେନ୍‌ ଯୋଗାଣ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରାଯାଉଛି। ଜିଲ୍ଲାର ସମସ୍ତ ଏସ୍‌ପି, ଡିସିପି, ରେ˚ଜ ଡିଆଇଜି, ଆଇଜି ଏବ˚ ପୁଲିସ୍‌ କମିସନର ନିଜ ନିଜ ଅ˚ଚଳରେ ଏହି କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର