ଭୁବନେଶ୍ବର: ରାଜ୍ୟରେ ଗଡୁଛି ଲକ୍ଷ ଲକ୍ଷ ପୁରୁଣା ଗାଡ଼ି । ନୂଆ ମୋଟର ଯାନ ଆଇନ ଅନୁସାରେ ୧୫ ବର୍ଷରୁ ଅଧିକ ସମୟ ଚାଲିଥିବା ଗାଡିର ଚଳାଚଳକୁ ନିଷେଧ କରାଯାଇଛି । ତା’ସତ୍ବେ ରାସ୍ତାରେ ଚଳାଚଳ କରୁଛି । ଆଜି ବିଧାନସଭାରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ରାଜ୍ୟରେ ୧୫ ବର୍ଷରୁ ଅଧିକ ସମୟର ମୋଟରଗାଡି ସଂଖ୍ୟା ହେଉଛି ୨୨ ଲକ୍ଷ ୯ ହଜାର ୫ ଶହ ୭୩ । ସେଥିମଧ୍ୟରୁ ୧୧ ଲକ୍ଷ ୪୩ ହଜାର ୨୬ଟି ଗାଡି ଚଳାଚଳ କରୁଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସେହିଭଳି ନୂଆ ପରିବହନ ଆଇନ ଲାଗୁ ହେବା ପରେ ଫାଇନ ଆଦାୟ ହୋଇଛି । ଟିକସ ବଢିଛି ହେଲେ ଜରିମାନା କମିଛି । ସେପେଟମ୍ବର ଓ ଅକ୍ଟୋବର ମାସରେ ୧୩ କୋଟି ୮୫ ଲକ୍ଷ ଟଙ୍କାର ଜରିମାନା ଆଦାୟ ହୋଇଛି । ଗତବର୍ଷ ଏହି ଦୁଇମାସରେ ଆଦାୟ ହୋଇଥିଲା ୨୦ କୋଟି ୬ ଲକ୍ଷ ବୋଲି ଗୃହରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।