ଭୁବନେଶ୍ବର : ରାଜ୍ୟରେ ୨୫,୧୧୨ ଗର୍ଭବତୀ କରୋନା ଟିକା ନେଇ ସାରିଲେଣି। ସୋମବାର ୫୭୨୩ ଗର୍ଭବତୀଙ୍କୁ ଟିକା ଦିଆଯାଇଥିଲା। ତେବେ ମଙ୍ଗଳବାର କୋରାପୁଟ ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ସବୁ ଜିଲ୍ଲାରେ ଟିକାକରଣ କରାଯିବ। ସମୁଦାୟ ୧୧୯୭ ଅଧିବେଶନରେ ଟିକାକରଣ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୋମବାର ରାଜ୍ୟରେ ୧୩୧୫ ଟିକାକରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ୨ଲକ୍ଷ ୧୮ ହଜାର ୭୧୫ ଜଣଙ୍କୁ ଟିକା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୧ କୋଟି ୫୫ ଲକ୍ଷ ୧୦ ହଜାର ୨୩୩ ଡୋଜ୍ ଟିକା ଦିଆଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/vaccine-3.jpg)