ଜଳସେଚନ ପ୍ରକଳ୍ପ ନିର୍ମାଣ, ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚ ହୋଇଛି ୨୮ହଜାର କୋଟିରୁ ଅଧିକ

ଭୁବନେଶ୍ବର : ରାଜ୍ୟରେ ଜଳସେଚନ ପ୍ରକଳ୍ପ, ବନ୍ୟା ନିୟନ୍ତ୍ରଣ ବନ୍ଧ ଓ ଜଳ ନିଷ୍କାସନ ନାଳୀ ଇତ୍ୟାଦିର ପରିଚାଳନା ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ୫ବର୍ଷରେ ଜଳସଂପଦ ବିଭାଗର ମୋଟ ୩୭,୭୫୪.୯୧ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ତହିଁରୁ ୨୮,୧୭୪.୧୭ କୋଟି ଖର୍ଚ୍ଚ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ଜଳସଂପଦ ମନ୍ତ୍ରୀ ଟୁକୁନି ସାହୁ।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀମତୀ ସାହୁ କହିଛନ୍ତି, ଜଳସଂପଦ ବିଭାଗର ବିଭିନ୍ନ କାର୍ଯ୍ୟ ପାଇଁ ବଜେଟରେ ଥିବା କାର୍ଯ୍ୟକ୍ରମ ବ୍ୟୟ ଓ ପ୍ରଶାସନିକ ବ୍ୟୟ ମାଧ୍ୟମରେ ଅର୍ଥ ଉପଲବ୍ଧ ହୋଇଥାଏ। ତହିଁରୁ ଯୋଜନା କାର୍ଯ୍ୟକ୍ରମ ବ୍ୟୟରେ ଜଳସେଚନ ପ୍ରକଳ୍ପ, ସେଚାଞ୍ଚଳ ଉନ୍ନୟନ, ବନ୍ୟା ନିୟନ୍ତ୍ରଣ ବନ୍ଧ ଓ ଜଳ ନିଷ୍କାସନ ନାଳୀର ନିର୍ମାଣ ଓ ପୁନରୁଦ୍ଧାର କାର୍ଯ୍ୟ କରାଯାଇଥାଏ। ପ୍ରଶାସନିକ ବ୍ୟୟରେ ପ୍ରତିଷ୍ଠାନ ପରିଚାଳନା ସହିତ ଜଳସେଚନ ପ୍ରକଳ୍ପ, ବନ୍ୟା ନିୟନ୍ତ୍ରଣ ବନ୍ଧ ଓ ଜଳ ନିଷ୍କାସନ ଇତ୍ୟାଦିର ପରିଚାଳନା ଓ ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯାଇଥାଏ।

ସମ୍ବନ୍ଧିତ ଖବର