ଭୁବନେଶ୍ବର : ପଶ୍ଚିମ ଓଡ଼ିଶା ବିକାଶ ପରିଷଦ(ଡବ୍ଲୁଓଡିସି) ଆରମ୍ଭ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ୩୭,୯୨୯ଟି ପ୍ରକଳ୍ପ ଅନୁମୋଦନ କରାଯାଇଛି। ଏଥିପାଇଁ ସମୁଦାୟ ୧୭୦୧ କୋଟି ୭୧ଲକ୍ଷ ଟଙ୍କା ଅନୁମୋଦନ କରାଯାଇଛି। ଏ ପର୍ଯ୍ୟନ୍ତ ୧୬୫୭.୧୫ କୋଟି ଟଙ୍କା ରିଲିଜ୍ କରାଯାଇଥିବା ସୂଚନା ଦେଇଛନ୍ତି ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା। ବିଧାୟକ ମୁକେଶ ମହାଲିଙ୍ଗଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ବେହେରା ବିଧାସନଭାରେ ଏହି ସୂଚନା ଦେଇଛନ୍ତି।

Advertisment

ଶ୍ରୀ ବେହେରା କହିଛନ୍ତି ଯେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଞ୍ଚଳରେ ଥିବା ବ୍ଲକ୍‌ଗୁଡ଼ିକୁ ଯୋଜନା ଓ ସଂଯୋଜନ ବିଭାଗର ରିପୋର୍ଟ ଅଫ କମିଟି ଅନ ଦି କନଷ୍ଟିଚ୍ୟୁସନ୍ ଅଫ ସେପାରେଟ ଡେଭଲପମେଣ୍ଟ ବୋର୍ଡ ଇନ ଓଡ଼ିଶା ୧୯୯୪ ଅନୁଯାୟୀ ୪ଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି। ବିକଶିତ ବ୍ଲକକୁ ଏ କ୍ୟାଟେଗୋରି, ବିକାଶଶୀଳ ବ୍ଲକ୍ -ବି କ୍ୟାଟେଗୋରି, ପଛୁଆ ବ୍ଲକ୍‌-ସି କ୍ୟାଟେଗୋରି ଓ ଅତ୍ୟନ୍ତ ପଛୁଆ ବ୍ଲକ୍‌-ଡି କ୍ୟାଟେଗୋରିରେ ରହିଛି। ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୭୨୩୨ ପ୍ରକଳ୍ପ ଅନୁମୋଦନ ହୋଇଥିବା ବେଳେ ଏଥିପାଇଁ ୨୮୬.୮୬ କୋଟି ମଞ୍ଜୁର କରାଯାଇଛି। କଳାହାଣ୍ଡିରେ ୫୧୯୪ ପ୍ରକଳ୍ପ ପାଇଁ ୨୪୫.୮୧କୋଟି, ବଲାଙ୍ଗୀରରେ ୫୩୯୪ ପ୍ରକଳ୍ପ ପାଇଁ ୨୩୦.୪୭ କୋଟି, ସମ୍ବଲପୁର ୩୭୫୫ ପ୍ରକଳ୍ପ ପାଇଁ ୨୧୨.୨୫ କୋଟି, ନୂଆପଡ଼ାରେ ୨୮୬୧ ପ୍ରକଳ୍ପ ପାଇଁ ୧୦୩.୧୫ କୋଟି, ଝାରସୁଗୁଡ଼ାରେ ୨୧୩୩ ପ୍ରକଳ୍ପ ପାଇଁ ୧୦୮.୧୧ କୋଟି, ସୋନପୁରରେ ୨୦୭୭ ପ୍ରକଳ୍ପ ପାଇଁ ୧୦୩.୨୯ କୋଟି, ବୌଦ୍ଧରେ ୧୭୨୧ ପ୍ରକଳ୍ପ ପାଇଁ ୮୫.୪୧କୋଟି, ଦେବଗଡ଼ରେ ୧୧୫୧ ପ୍ରକଳ୍ପ ପାଇଁ ୫୪.୪୩ କୋଟି, ଅନୁଗୁଳରେ ୯୬୨ ପ୍ରକଳ୍ପ ପାଇଁ ୪୦.୯୦ କୋଟି ମଞ୍ଜୁର କରାଯାଇଛି।