ଭୁବନେଶ୍ବର: ଗୁରୁବାର ବଜେଟି ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ତୃତୀୟ ଦିନରେ ବିଧାନସଭାରେ ହୋହୋଲ୍ଲା ଭିତରେ ମଧ୍ୟ କିଛି ବିରୋଧୀ ବିଧାୟକଙ୍କ ପ୍ରଶ୍ନର ଉତ୍ତର ମନ୍ତ୍ରୀ ପ୍ରଦାନ କରିଥିଲେ । ଏହି କ୍ରମରେ ବିଜେପି ବିଧାୟକ ବିଭୂତି ଭୂଷଣ ପ୍ରଧାନ ଲକ୍ଷ୍ମୀ ବସ୍ ଯୋଜନା ବିଷୟ ଉଠାଇଥିଲେ । ଏହି ଯୋଜନାରେ କେତେ ଲାଭ ଅବା କ୍ଷତି ହୋଇଥିବାର ହିସାବ ମାଗିଥିଲେ ।

Advertisment

ଏହାର ଉତ୍ତର ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଜେନା ରଖିଥିଲେ। ସାରା ରାଜ୍ୟରେ କାର୍ଯ୍ୟକାରୀ ହୋଇଥିବା ଲକ୍ଷ୍ମୀ ବସ୍ ଯୋଜନାରେ ମାତ୍ର ଗୋଟିଏ ବର୍ଷ ଭିତରେ ମୋଟ ୩୯୯ କୋଟି ୧୨ ଲକ୍ଷ ୪୪ ହଜାର ୬୪୦- ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଏଥିରୁ ଆଦାୟ ହୋଇଥିଲା ମାତ୍ର ୨୫ କୋଟି ୩ ଲକ୍ଷ ଟଙ୍କା । ଏହି ଯୋଜନାରେ ୩୭୪ କୋଟି ୮ ଲକ୍ଷ ୫୮ ହଜାର ଟଙ୍କାର କ୍ଷତି ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।