କଟକ: କେନ୍ଦ୍ରାପଡା ବାଲିଆ ବଜାରରେ କାର୍ତ୍ତିକେସ୍ୱର ଭସାଣି ସମୟରେ ଅଘଟଣ। ବାଣ ଫୁଟି ୪୦ ରୁ ଉର୍ଦ୍ଧ୍ବ ହୋଇଛନ୍ତି ଆହତ। ତେବେ ଏହି ଘଟଣା ରେ ୩୦ ଜଣଙ୍କୁ ଏସିବି ବଡ଼ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି । ସେମାନଙ୍କ ମଧ୍ୟରୁ ଅନେକ ଙ୍କ ଅବସ୍ଥା ଅତି ଗୁରୁତର ରହିଛି। ସେମାନଙ୍କୁ ପ୍ରଥମେ କାଜୁଆଲଟିରେ ଆସୁ ଚିକିତ୍ସା ଯୋଗାଇବା ପରେ ଯାହାର ଆଇସିୟୁ , ସେଣ୍ଟ୍ରାଲ ଆଇସିୟୁ ଆବଶ୍ୟକ ସେମାନଙ୍କୁ ପଠେଇ ଦିଆଯାଇଛି। ବର୍ତ୍ତମାନ ମେଡିକାଲ ର ଏକ ସ୍ଵତନ୍ତ୍ର ଡାକ୍ତରୀ ଦଳ ସମସ୍ତଙ୍କ ଚିକିତ୍ସା କରୁଛନ୍ତି।
ବର୍ତ୍ତମାନ ସମୟରେ ଏସିବି ଚିକିତ୍ସା ପାଇଁ ସମ୍ପୁର୍ଣ ପ୍ରସ୍ତୁତ ଥିବା କହିଛନ୍ତି ଏସିବି ପ୍ରଶାସନିକ ଅଧିକାରୀ। ଅନ୍ୟପଟେ ଏହି ଅଘଟଣ ରେ ପୀଡିତ ମାନଙ୍କୁ ଭେଟିଛନ୍ତି କେନ୍ଦ୍ରାପଡା ସ୍ତାନୀୟ ବିଧାୟକ ଶଶୀଭୂଷଣ ବେହେରା। ଚିକିତ୍ସା ଦିଗ ପଚାରି ବୁଝିବା ସହ ସମସ୍ତଙ୍କ ଆସୁ ଆରୋଗ୍ୟ କାମନା କରିଛନ୍ତି ସେ। ତେବେ ଏହି ୩୦ ଜଣଙ୍କ ମଧ୍ୟରୁ ୫ ଜଣ ଶିଶୁ ରହିଛନ୍ତି। ମେଡିକାଲ ର ପ୍ଲାଷ୍ଟିକ ସର୍ଜରି ବିଭାଗ ପହଁଚି ସମସ୍ତଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/୧୦-3.jpg)