ଦଳ ଛାଡ଼ିଲେ ୫୦ରୁ ଅଧିକ କଂଗ୍ରେସ ନେତା

ଭୁବନେଶ୍ବର : ରାଜ୍ୟ ପ୍ରଦେଶ କଂଗ୍ରେସର ନେତୃବୃନ୍ଦଙ୍କ ନେତୃତ୍ବ ଓ ଦଳର ନୈରାଶଜନକ ପ୍ରଦର୍ଶନ ପାଇଁ ଆଜି ଦଳ ଛାଡ଼ିଛନ୍ତି କଂଗ୍ରେସ ନେତା। ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ରାଜ୍ୟ ପ୍ରଭାରୀ ଚେଲାକୁମାର, ସହ ପ୍ରଭାରୀ ରୁଦ୍ର ରାଜୁଙ୍କ ନେତୃତ୍ବକୁ ନେଇ ଅସନ୍ତୋଷ ଝାଡ଼ିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ଛାଡ଼ିବା ନେଇ ଘୋଷଣା କରିଛନ୍ତି ୫୦ରୁ ଅଧିକ ନେତା। ଏଥିରେ ରାଜ୍ୟରେ ବିଭିନ୍ନ ଜିଲ୍ଲାର କଂଗ୍ରେସ କର୍ମୀ ରହିଛନ୍ତି। କିଛିଦିନ ପୂର୍ବରୁ କଟକ-ବାରବାଟୀ ନିର୍ବାଚନମଣ୍ଡଳୀର ଅନେକ ନେତା କଂଗ୍ରେସ ଛାଡ଼ିଥିଲେ। ଶରତ ପଟ୍ଟନାୟକଙ୍କୁ ରାଜ୍ୟ ସଭାପତି ଘୋଷଣା କରାଯିବା ପରେ ଏହାକୁ ବିରୋଧ କରି ବିଧାୟକ ମହମ୍ମଦ ମୋକିମଙ୍କ ୩ଜଣ ସମର୍ଥକ ଦଳ ଛାଡ଼ିବା ନେଇ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର