ବ୍ୟାସନଗର: ଯାଜପୁର ଜିଲ୍ଲା ବ୍ୟାସନଗର ସହର ସମେତ ଆଖପାଖ ଅଞ୍ଚଳରେ ଡାଇରିଆ ଯୋଗୁଁ ବହୁଲୋକ ଆକ୍ରାନ୍ତ ହୋଇଛନ୍ତି। କୋରେଇ ବ୍ଲକ୍ ଖମଣ ପଞ୍ଚାୟତ ସଙ୍ଖଚିଲା, ଭିକିପୁର, ରାଧାନଗର, ଉଦୟପାଟଣା, ଠାକୁର ପାଟଣା, ଗୁରୁସାହି, ଦାନଗଦି ବ୍ଳକ ରାଛିପୁର, ନେଳୀବାରି, ପୌରାଞ୍ଚଳ ମୁଣ୍ଡମାଳ, ଖଣ୍ଡାହତା, ରମ୍ପାସ, ଲକ୍ଷ୍ମି ନଗର, ଚୋରଦା ଆଦି ଅଞ୍ଚଳରୁ ୫୦ରୁ ଅଧିକ ଡାଇରିଆ ରୋଗୀଙ୍କୁ ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରୁ ୧୫ ଗୁରୁତର ରୋଗୀଙ୍କୁ ଯାଜପୁର ଓ କଟକ ସ୍ଥାନାନ୍ତରିତ କରାଯାଇଛି।
ଖବରପାଇ ସିଡିଏମଓ ଡାକ୍ତର ଶିବାଶିଷ ମହାରଣା, ଡିପିଏଚ୍ଓ ଏସ୍ ବଳ, ଆଡିସନାଲ ପୋଗ୍ରାମ ଅଫିସର ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଂଚି ତଦନ୍ତ କରିଥିବା ବେଳେ କେଉଁ କାରଣରୁ ଝାଡାବାନ୍ତି ବ୍ୟାପିଛି କାରଣ ଜଣାପଡ଼ି ନାହିଁ। ଖାଦ୍ୟ ଓ ଜଳ ଯୋଗୁ ଡାଇରିଆ ହୋଇଥାଏ ବୋଲି ଡାକ୍ତର ସୂଚନା ଦେଇଛନ୍ତି। ଥଣ୍ଡା ଦିନରେ ଅଚାନକ ତାପମାତ୍ରା ବୃଦ୍ଧି ପାଇବା ଯୋଗୁ ଖାଦ୍ୟରେ ବିଷ ପକ୍ରିୟା ସ୍ରୁଷ୍ଟି ହୋଇଛି। ହଜମ ପକ୍ରିୟାରେ ସମସ୍ୟା ସୃଷ୍ଟି ହୋଇ ଇନଡାଇଜେସନ ହୋଇ ପତଳା ଝାଡ଼ା ହୋଇଥାଏ। ଅନ୍ୟ କାରଣ ହେଉଛି ଦୂଷିତ ଜଳ ଯୋଗୁ ବି ଡାଇରିଆ ହୋଇଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ସୂଚନା ଦେଇଛନ୍ତି। ବିଭିନ୍ନ ଅଞ୍ଚଳରେ ବ୍ୟାପୁଥିବାରୁ ଗୋଟିଏ ଜଳ ଉତ୍ସ ନୂହେଁ, ଏହା ପାନୀୟଜଳ ସମସ୍ୟା ନୁହେଁ। ଏହା ଜଳବାୟୁ ପରିବର୍ତ୍ତନ କାରଣ ବୋଲି ସୂଚନା ଦେଇଛନ୍ତି।
ଅନ୍ୟପଟରେ ହଠାତ ଏତେ ସଂଖ୍ୟକ ଡାଇରିଆ ରୋଗୀ ଡାକ୍ତରଖାନାକୁ ଆସିବା ପରେ ଆବଶ୍ୟକ ମୁତାବକ ଶଯ୍ୟା ନଥିବାରୁ ସେମାନଙ୍କୁ କୋଭିଡ ୱାର୍ଡରେ ଚିକିତ୍ସା କରାଯାଉଛି। ବହୁ ରୋଗୀଙ୍କୁ ଗୋଟିଏ ଶଯ୍ୟାରେ ଦୁଇଦୁଇ ଜଣ ରୋଗୀ ଓ ତଳେ ଶୋଇ ସାଲାଇନ୍ ଲଗାଇଥିଲେ। ଗୁରୁତର ରୋଗୀମାନଙ୍କୁ ଯାଜପୁର, କଟକ ସ୍ଥାନାନ୍ତରିତ କରାଯାଇଥିବା ବେଳେ ସାମାନ୍ୟ ଆକ୍ରାନ୍ତ ହୋଇଥିବା ରୋଗୀମାନଙ୍କୁ ପ୍ରତିଷେଧକ ଇଞ୍ଜେକସନ୍ ଓ ବଟିକା ଦେଇ ଘରକୁ ପଠାଇ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/14c0ce21-5b84-4e5a-8ec9-a4b1c9be48f7.jpeg)