ଭୂତସରସିଙ୍ଗିରେ ଭୋଜି ଖାଇ ଝାଡ଼ାବାନ୍ତି. ୫୦ରୁ ଅଧିକ ଆକ୍ରାନ୍ତ

ପୁରୁଷୋତ୍ତମପୁର : ପୁରୁଷୋତ୍ତମପୁର ଉପକଣ୍ଠ ଭୂତସରସିଙ୍ଗି ଗ୍ରାମରେ ଗତକାଲି ଏକ ଭୋଜି ଖାଇବା ପରେ ଝାଡ଼ାବାନ୍ତି‌ରେ ୫୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ସେମାନେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଫେରିଥିବା ବେଳେ ଏହାକୁ ନେଇ ଗାଁରେ ଆତଙ୍କ ଦେଖାଦେଇଛି। ଆଜି ସକାଳ ୧୧ଟାରୁ ସନ୍ଧ୍ୟା ସୁଦ୍ଧା ୧୫ରୁ ୨୦ ଜଣ ଆକ୍ରାନ୍ତ ହୋଇଛନ୍ତି।

ପୁରୁଷୋତ୍ତମପୁର ଡାକ୍ତରଖାନାରେ ସେମା‌ନଙ୍କୁ ଚିକିତ୍ସା କରାଯାଇଥିବା ଡାକ୍ତର ଶିବାନନ୍ଦ ଚୌଧୁରୀ ସୂଚନା ଦେଇଛନ୍ତି। ଗତକାଲି ଗ୍ରାମରେ ଏକ ଭୋଜି ଆୟୋଜିତ ହୋଇଥିବା ବେଳେ ଏହାକୁ ଖାଇବା ପରେ ଫୁଡ଼୍ ପଏଜନିଂ ହୋଇଥିବା ଡାକ୍ତର କହିଛନ୍ତି। କିଛି ଆକ୍ରାନ୍ତ ବଡ଼ଖରିଡ଼ା ଓ କବିସୂର୍ଯ୍ୟନଗର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଫଳରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତୁରନ୍ତ ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି। କିଛି ରୋଗୀ ସ୍ଥାନୀୟ ଗୋପାଳବନ୍ଧରେ ଗାଧୋଉଥିବା ସହ ଲୁଗାପଟା ସଫାସୁତରା କରୁଛନ୍ତି।

ସମ୍ବନ୍ଧିତ ଖବର