କୋରାପୁଟ: ଶ୍ରାବଣ ମାସ ଶେଷ ସୋମବାରରେ ରାଜ୍ୟର ପ୍ରମୁଖ ଶୈବପୀଠ ଗୁପ୍ତେଶ୍ବରରେ ୫୦ହଜାରରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଭକ୍ତ ଜଳାଭିଷେକ କରିଛନ୍ତି। ଝିପିଝିପି ବର୍ଷା ଲାଗି ରହିଥିଲେ ହେଁ ଏଥିରେ ଭିଜି ଭିଜି ଏହାକୁ ଖାତିର ନ କରି କିଛି ଭକ୍ତ ପାତ୍ରପୁଟ ବ୍ରିଜ ଓ ଆଉ କିଛି ଭକ୍ତ ଡକ୍ରୀଘାଟି ନିକଟସ୍ଥ ନାଳରୁ ପାଣି ନେଇ ଜଳାଭିଷେକ କରିଥିଲେ। କୋରାପୁଟ ଜିଲ୍ଲା ସମେତ ନବରଙ୍ଗପୁର, ମାଲାକାନଗିରୀ, କଳାହାଣ୍ଡି,ଗଂଜାମ, ସମ୍ବଲପୁର, ବଲାଙ୍ଗୀର, ନୂଆପଡ଼ା, ସୁବର୍ଣ୍ଣପୁର ସହ  ପଡୋଶୀ ତେଲେଙ୍ଗାନା, ଆନ୍ଧ୍ର ଓ ଛତିଶଗଡର ଭକ୍ତ ମାନେ ବି ଆସିଥିବା ଦେଖିବାକୁ ମିଳିଛି। ହର ହର ଶମ୍ଭୁ, ହରହର ମହାଦେବ, ଜୟ ବାବା ଗୁପ୍ତେଶ୍ବର ଆଦି ନାରା ଦେଇ ଭକ୍ତ ମାନେ ଚାଳି ଚାଳି ଯାଇଥିଲେ। ଏଥିରେ ମହିଳା, ପୁରୁଷ ଓ ଛୋଟ ଛୋଟ ପିଲା ମାନେ ବି ସାମିଲ ରହିଥିବା ଦେଖିବାକୁ ମିଳିଥିଲା।

Advertisment

ଗତକାଲି ଠାରୁ ବାହାରିଥିବା ଶତାଧିକ ଭକ୍ତମାନଙ୍କ ମଧ୍ୟରେ କିଛି ଭକ୍ତ ଯଦିଓ ରାସ୍ତାରେ ରହି ଯାଉଥିଲେ ହେଁ ବହୁ ଭକ୍ତ ‌ଗୁପ୍ତେଶ୍ବରରେ ପହଚିଂବା ଆରମ୍ଭ ହୋଇଛି। ଭକ୍ତ ମାନେ ଚାଲିଚାଲି ଯାଉଥିବାରୁ ରାସ୍ତା ଅନ୍ଧାର ରହିଥିବାରୁ ରାସ୍ତା ଦିଶୁ ନାହିଁ। ତେଣୁ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଜୟପୁରର ସ୍ବେଚ୍ଛା‌ସେବୀ ଅନୁଷ୍ଠାନ ସାବନ ପକ୍ଷରୁ ରାସ୍ତା ପାର୍ଶ୍ବରେ ଥିବା ଗଛ, ଡକ୍ରୀଘାଟି ଆଦିରେ କିରୋସିନୀ ଦୀପ ଓହଳାଇ ଆଲୁଅ ସେବା ଆରମ୍ଭ କରିଛନ୍ତି। ସେପରି ଗୁପ୍ତେଶ୍ବର ଠାରେ ବାବା ଗୁପ୍ତେଶ୍ବର ଉନ୍ନତୀ ଟ୍ରଷ୍ଟ ଦ୍ବାରା ପରିଚାଳିତ ରୁଦ୍ର ସେବା ଦଳ ପକ୍ଷରୁ ମନ୍ଦିର ନିକଟରେ ମାନସିକ ଧାରୀ କାଉଡିଆ ମାନଙ୍କୁ ପ୍ରସାଦ ବିତରଣ କରାଯାଇଥିଲା।

ସେହିଭଳି କାଉଡିଆ ମାନଙ୍କୁ ଔଷଧ, ଜେଲ୍ ଓ ସ୍ପ୍ରେ ଆଦି ବି ବିତରଣ କରାଯିବା ଆରମ୍ଭ ହୋଇଛି। ବହୁ ଶ୍ରଦ୍ଧାଳୁ ଭକ୍ତ ପାତ୍ରପୁଟ ବ୍ରିଜ୍ ନିକଟରୁ ପାଣି ଧରି କାଉଡିରେ ଯାଉଥିବା ବେଳେ ଆଉ କିଛି ଭକ୍ତ ରାମଗିରୀ ଓ କିଛି ଭକ୍ତ ଗୁପ୍ତେଶ୍ବର ପୀଠରୁ ୫କିଲୋ ମିଟର ଦୁରରେ ଥିବା ନାଳରୁ ପାଣି କାଉଡିରେ ଧରି ଯାଉଥିବା ଦେଖିବାକୁ ମିଳିଛି। ରାଜ୍ୟର କୋଣ ଅନୁକୋଣର ବହୁ ଶ୍ରଦ୍ଦାଳୁ ଭକ୍ତ ମାନେ ପିକଅଫ୍ ଭ୍ୟାନ୍ ଠାରୁ ଆରମ୍ଭ କରି ବଲୋର, ବସ୍ ଆଦିରେ ଆସୁଥିବା ଦେଖିବାକୁ ମିଳିଛି। ସେହିପରି ଗତ ୨୦୦୪ମସିହାରୁ କୋରାପୁଟ ସହରର ମହେଶ୍ବର ପଣ୍ଡା ଗୁପ୍ତେଶ୍ବର ବାବାଙ୍କ ନିକଟରେ ଜଳାଭିଷେକ କରି ଆସୁଛନ୍ତି। ଏଥରକ ସେ ୪୦କିଲୋର ସ୍ବତନ୍ତ୍ର କାଉଡି ପ୍ରସ୍ତୁତ କରି ଏହାକୁ ବୋହି ବୋହି ୪୦କିଲୋମିଟର ରାସ୍ତା ଚାଳି ଚାଳି ଗୁପ୍ତେଶ୍ବରରେ ଜଳାଭିଷେକ କରିଥିଲେ।