ରାଉରକେଲା: କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଲୋଡେସରାରେ ଥିବା ଏକ କାରଖାନାରୁ ଚୋରମାନେ ୭ ଲକ୍ଷରୁ ଅଧିକ ଟଙ୍କାର ଲୁହା ପ୍ଲେଟ ,ମୋଟର, କମ୍ପ୍ୟୁଟର ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଛନ୍ତି l ଲକଡାଉନ ପାଇଁ ପାଇନାରି ମେସିନରୀ ଆଣ୍ଡ ଷ୍ଟ୍ରକ୍ଚରଲ ପ୍ରାଇଭେଟ ଲିମିଟେଡ଼ ନାମକ କାରଖାନା ବନ୍ଦ ଥିବାରୁ ୭ରୁ ୮ ଜଣ ଚୋର ମୁଖ୍ୟଗେଟ ଭାଙ୍ଗି କାରଖାନା ଭିତରକୁ ପଶିଥିବା ଜଣାପଡିଛି l ନିଛାଟିଆ ସ୍ଥାନରେ କାରଖାନା ଥିବାରୁ ଚୋରମାନେ ଏକ ଟ୍ରକ ରେ ଚୋରି ସାମଗ୍ରୀ ଲୋଡିଂ କରି ନେଇଯାଇଥିବା ସ୍ଥାନୀୟ ବସ୍ତିବାସିନ୍ଦା କହିଛନ୍ତି l
କାରଖାନା ମାଲିକ ଏମ. ଏଲ .ମହର୍ଷି ଏ ସଂକ୍ରାନ୍ତରେ ବୀରମିତ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି | ତାଙ୍କ ଅଭିଯୋଗ ମୁତାବକ ଗତ ଚାରିଦିନ ତଳେ ପ୍ରବଳ ଝଡ ବର୍ଷା ହେବାରୁ କାରଖାନାର ସୁରକ୍ଷା ଦାୟିତ୍ୱରେ ଥିବା ସିକ୍ୟୁରିଟି ଗାର୍ଡମାନେ ପଳାଇଯାଇଥିଲେ | ଏହାପରେ କିଛି ଚୋର କାରଖାନାରେ ଚୋରି କରିଥିଲେ |
/sambad/media/post_attachments/wp-content/uploads/2020/04/0cfc4110-3d5d-4e6a-9caa-e04cbb295ac5-1024x485.jpg)
୨୫ ତାରିଖରେ ଏ ବାବଦରେ ସେ ଜାଣିବା ପରେ କୁଆଁରମୁଣ୍ଡା ଫାଣ୍ଡିରେ ଅଭିଯୋଗ କରିଥିଲେ ବି ସେଠାରେ ତାଙ୍କ ଏତଲା ରଖାଯାଇନଥିଲା | ଏହା ପରେ ସେ ବୀରମିତ୍ରପୁର ଥାନାରେ ଅଭିଯୋଗ କରିଥିଲେ | ବୀରମିତ୍ରପୁର ପୁଲିସ ଘଟଣାରେ ତଦନ୍ତ ଚଳାଇଛି l ଗତ ୨୦୧୯ ଡ଼ିସେମ୍ବର ମାସରେ କାରଖାନାରେ ଅନୁରୂପ ଚୋରି ହୋଇଥିଲା l ଚୋରମାନେ ସୁରକ୍ଷାକର୍ମୀଙ୍କୁ ଧମକ ଦେଇ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଓ ଅନ୍ୟାନ୍ୟ ଜିନିଷ ଚୋରି କରି ନେଇଥିଲେ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/5ecd3081-6c6f-4428-ad33-bd8b1cb93867.jpg)