ବାତ୍ୟା ତିତ୍‌ଲି: ୨୫ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ହେଲେ ୯୨୧୦ ଲୋକ

ଭୁବନେଶ୍ୱର: ରାତି ପାହିବା ପୂର୍ବରୁ ଓଡ଼ିଶାର ଭୂପୃଷ୍ଠକୁ ବାତ୍ୟା ‘ତିତ୍‌ଲି’ ପହଞ୍ଚିବ। ତା’ ପୂର୍ବରୁ ପୁରୀ ଓ ଜଗତସିଂହପୁର ଜିଲ୍ଲାର ୨୫ଟି ବାତ୍ୟା ଆଶ୍ରୟସ୍ଥଳୀକୁ  ୯୨୧୦ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ ପୁରୀ ଜିଲ୍ଲାର ଅସ୍ତରଙ୍ଗ ଓ କାକଟପୁର ବ୍ଲକରେ ୨୪ ଶହ ଲୋକଙ୍କୁ ସ୍ତାନାନ୍ତର କରାଯାଇଛି। ଏହି ଲୋକମାନଙ୍କୁ କାକଟପୁର ଓ ଅସ୍ତରଙ୍ଗ ବ୍ଲକର ୭ଟି ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ସେହିଭଳି ଅସ୍ତରଙ୍ଗ ଅଭିମୁଖେ ଏନ୍‌ଡିଆରଏଫ୍‌ର ଏକ ଟିମ ଭୁବନେଶ୍ୱରରୁ ଯାଇଛନ୍ତି।

ଜଗତସିଂହପୁର ଜିଲ୍ଲାର ୬୮୧୦ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। କୁଜଙ୍ଗ, ବାଲିକୁଦା ଓ ଏରସମା ବ୍ଲକର ୧୮ଟି ବାତ୍ୟା ଆଶ୍ରୟସ୍ଥଳରେ ଏହି ଲୋକମାନଙ୍କୁ ରଖାଯାଇଛି।

ବାତ୍ୟାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କେନ୍ଦ୍ରୀୟ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିବାକୁ ଯାଉଛନ୍ତି। ସେହିଭଳି ଏନ୍‌ଡିଆରଏଫ ପକ୍ଷରୁ ମଧ୍ୟ ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ପୂର୍ବର୍ରୁ ଭୁବନେଶ୍ୱରରୁ କିଛି ଟ୍ରେନ ସେବା ଓ ବିମାନ ସେବା ବାତିଲ ହୋଇଛି।

 

ସମ୍ବନ୍ଧିତ ଖବର