ଗଂଜେଇ ଚୋରା ଚାଲାଣ ମାମଲାରେ ଜୟପୁର ଉପଖଣ୍ଡ କାରାଗାରରେ ଅଧାରୁ ଅଧିକା ବିଚାର ବିଭାଗୀୟ କଏଦୀ

ଅନ୍ତଃରାଜ୍ୟ ଚାଲାଣକାରୀ ଅଭିଯୁକ୍ତ ୧୨୨, ରାଜ୍ୟର ୧୨୮

ଜୟପୁର : କୋରାପୁଟ ଜିଲ୍ଲା ଗଂଜେଇ ଚାଲାଣକାରୀଙ୍କ ରେଡ୍‌ କରିଡ଼ର । ଏହାର ହବ୍ ପାଲଟିଛି ଜୟପୁର। ତେବେ ଗତ କିଛି ବର୍ଷ ହେବ କୋରାପୁଟ ଜିଲ୍ଲା ପୁଲିସ ବିଭିନ୍ନ ଅଭିଯାନ ନାଁରେ ଧରପଗଡ଼ ଅଭିଯାନ ଜାରି ରଖିଛି। ଧରପଗଡ଼ରେ ଧରା ପଡ଼ିଥିବା ଅଧିକାଂଶ ଗଂଜେଇ ଚାଲାଣକାରୀଙ୍କୁ ଜୟପୁର ଉପଖଣ୍ଡ କାରାଗାରରେ ବିଚାର ବିଭାଗୀୟ କଏଦୀ ଭାବେ ରଖାଯିବା ସହ ମାମଲାଗୁଡିକର ଶୁଣାଣି ଜୟପୁର ଜିଲ୍ଲା ଦୌରାଜଜ୍ କୋର୍ଟରେ ହେଉଛି।

ଜୟପୁର ଉପଖଣ୍ଡକାରାଗାରରେ ଅଧାରୁ ଅଧିକା ଗଂଜେଇ ଚୋରା ଚାଲାଣ ମାମଲାର ବିଚାର ବିଭାଗୀୟ କଏଦୀ ରହିଥିବା ସୂଚନା ମିଳିଛି। ଆଜି ଜୟପୁର ଉପଖଣ୍ଡ କାରାଗାରରେ ୪୩୬ଜଣ ପୁରୁଷ, ୯ଜଣ ମହିଳା ଏଭଳି ସର୍ବମୋଟ ୪୪୫ଜଣ ବିଚାର ବିଭାଗୀୟ ଅନ୍ତେବାସୀ ରହିଛନ୍ତି। ଏମାନଙ୍କ ମଧ୍ୟରୁ ୨୫୦ଜଣ ହେଉଛନ୍ତି ଗଂଜେଇ ଚୋରା ଚାଲାଣ ମାମଲାର ବିଚାରବିଭାଗୀୟ କଏଦୀ ବୋଲି କହିଛନ୍ତି ଜୟପୁର ଉପଖଣ୍ଡକାରାଗାରାର ଅଧିକ୍ଷକ ଲଲିତେନ୍ଦୁ ଭୁଷଣ ଦାଶ। ଏମାନଙ୍କ ମଧ୍ୟରୁ ଅନ୍ତଃରାଜ୍ୟ ଚାଲାଣକାରୀ ଅଭିଯୁକ୍ତ ୧୨୨ଜଣ ରହିଥିବା ବେଳେ ରାଜ୍ୟର ୧୨୮ଜଣ ରହିଛନ୍ତି ବୋଲି କହିଛନ୍ତି ଉପଖଣ୍ଡକାରାଗାରାର ଅଧିକ୍ଷକ ଶ୍ରୀ ଦାଶ।

ଅନ୍ତଃରାଜ୍ୟ ଚାଲାଣକାରୀ ଅଭିଯୁକ୍ତଙ୍କ ମଧ୍ୟରେ ଅଧିକ ସଂଖ୍ୟକ ଅଭିଯୁକ୍ତ ଉତ୍ତରପ୍ରଦେଶର ରହିଛନ୍ତି। ଏହା ସହ ବିହାର, ମଧ୍ୟପ୍ରଦେଶ, ହରିଆନା, ପଂଜାବ, ନୂଆଦିଲ୍ଲୀ, ରାଜସ୍ଥାନ ଓ ଛତିଶଗଡ ରାଜ୍ୟର ବି ବିଚାରବିଭାଗୀୟ କଏଦୀ ରହିଥିବା କହିଛନ୍ତି ଉପଖଣ୍ଡ କାରାଗାରା ଅଧିକ୍ଷକ ଶ୍ରୀ ଦାଶ। ସେଭଳି ରାଜ୍ୟର ୧୨୮ଜଣଙ୍କ ମଧ୍ୟରୁ କଳାହାଣ୍ଡି ଏବଂ କୋରାପୁଟ ଜିଲ୍ଲାର ଅଧିକାଂଶ ବିଚାରବିଭାଗୀୟ କଏଦୀ ରହିଥିବା କହିଛନ୍ତି ଉପଖଣ୍ଡ କାରାଗାରା ଅଧିକ୍ଷକ ଶ୍ରୀ ଦାଶ। ଏମାନଙ୍କ ମଧ୍ୟରୁ ଅଧିକାଂଶ ଜୟପୁର ପୌରାଂଚଳ ସହ ଜିଲ୍ଲାର ବିଭିନ୍ନ ଅଂଚଳର ବି ରହିଥିବା କହିଛନ୍ତି ଉପଖଣ୍ଡ କାରାଗାରା ଅଧିକ୍ଷକ ଶ୍ରୀ ଦାଶ।

ସମ୍ବନ୍ଧିତ ଖବର