ଉମରକୋଟ: ଗତ ୬ ମାସ ଧରି ରାଜସ୍ଥାନରୁ ଆସିଥିବା ଗୋଟିଏ ପରିବାର ଉମରକୋଟରେ ରହି ଗଣେଶ ମୂର୍ତ୍ତି ବିକ୍ରି କରି ନିଜର ଜୀବନ ଜୀବିକା ନିର୍ବାହ କରି ଆସୁଥିବା ବେଳେ ଗତ କାଲି ବିଳମ୍ବିତ ରାତି ସେମାନେ ରଖି ଥିବା ଟଙ୍କା ପେଡ଼ିକୁ କେହି ଦୁର୍ବୃତ୍ତ ଚୋରି କରି ନେଇ ଯାଇଥିବା ନେଇ ବୁଧବାର ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପେଡ଼ିରେ ପ୍ରାୟ ୧୨ ଲକ୍ଷ ଟଙ୍କା ଥିବା ଅଭିଯୋଗରେ କୁହାଯାଇଛି।
ସୂଚନାଯୋଗ୍ୟ, ଗତ ୯ ବର୍ଷ ହେଲା ରାଜସ୍ଥାନ ରୁ ଏହି ପରିବାର ଉମରକୋଟର ୟୁଭି ୩ ଡଙ୍ଗରୀଗୁଡା ଠାରେ ରହି ପ୍ଲାଷ୍ଟର ଅଫ୍ ପ୍ୟାରିସରେ ନିର୍ମିତ ଗଣେଶ ମୂର୍ତ୍ତି ବିକ୍ରି କରି ଆସୁଛନ୍ତି। ଚଳିତ ବର୍ଷ ୬ ମାସ ହେଲା ଉମରକୋଟରେ ପରିବାରର ପ୍ରାୟ ୧୫ ଜଣ ସଦସ୍ୟ ରହି ଗଣେଶ ମୂର୍ତ୍ତି ତିଆରି କରି ବିକ୍ରି କରି ଆସୁଛନ୍ତି।
ତେବେ ମୂର୍ତ୍ତି ବିକ୍ରି କରି ପ୍ରାୟ ୧୨ ଲକ୍ଷ ଟଙ୍କା ଏକ ପେଡ଼ିରେ ରଖିଥିଲେ। କାଲି ରାତି ୩ ଟା ପର୍ଯ୍ୟନ୍ତ କାରିଗରମାନେ ମୂର୍ତ୍ତି କାମ କରୁଥିଲେ। ରାତି ୨ ଟା ପର୍ଯ୍ୟନ୍ତ ଗ୍ରାହକ ଗଣେଶ ମୂର୍ତ୍ତି କିଣିବା ପାଇଁ ଆସିଥିଲେ ତେବେ ୩ଟା ବେଳେ ମୂର୍ତ୍ତି ତିଆରି ହେଉ ଥିବା ସ୍ଥାନରେ ହିଁ ଟିକେ ଶୋଇଯିବା ପରେ ସକାଳେ ଉଠି ଦେଖନ୍ତି ଟଙ୍କା ପେଡ଼ିଟା ନାହିଁ।
ସଙ୍ଗେ ସଙ୍ଗେ ଖୋଜା ଖୋଜି କଲେ ଆଖ ପାଖରେ ଥିବା ଲୋକଙ୍କୁ ପଚାରିଲେ କିନ୍ତୁ କୌଣସି ସୁରାକ ପାଇଲେ ନାହି। ଶେଷରେ କାରିଗରମାନେ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଉମରକୋଟ ପୁଲିସ କେସ ରେଜିଷ୍ଟର କରି ତଦନ୍ତ ଆରମ୍ଭ କରି ଦେଇଛି। ଅତି ଶୀଘ୍ର ଚୋରଙ୍କୁ ଧରି ତାଙ୍କ ଉଦ୍ଧାର କରିବୁ ବୋଲି ମଧ୍ୟ ପୁଲିସ ଆଶ୍ଵାସନା ମଧ୍ୟ ଦେଇଛି। ମୂର୍ତ୍ତି କାରିଗର ମଙ୍ଗଲି ଦେବୀ କହିଛନ୍ତି, ଟଙ୍କା ଚୋରି ହେବ।ଦ୍ଵାରା ସମସ୍ତ ପରିବାର ରାସ୍ତା ଉପରକୁ ଆସି ଗଲୁ।
ଆମେ କେମିତି ଏବେ କେମିତି ବଞ୍ଚିବୁ ବୋଲି କହିବା ସହ ଧାର ଆଣିଥିବା ଲୋକଙ୍କ ଟଙ୍କା କେମିତି ସୁଝିବୁ ବୋଲି ଅତ୍ୟନ୍ତ ଦୁଃଖ ଓ କୋହ ଭରା କଣ୍ଠରେ କହିଛନ୍ତି। ଉମରକୋଟ ପୁଲିସ ତୁରନ୍ତ ଚୋର ମାନକୁ ଧରି ଟଙ୍କା ଉଦ୍ଧାର କରିବା ପାଇଁ ଉମରକୋଟ ସହରବାସୀ ନିବେଦନ କରିଛନ୍ତି। ଅପରପକ୍ଷରେ ଘଟଣାର ତଦନ୍ତ ଭାର ନେଇଥିବା ପୁଲିସ ସବ ଇନ୍ସପେକ୍ଟର ଶିଭିଜି ପଣ୍ଡା କହିଛନ୍ତି ସବୁ ଦିଗରେ ତଦନ୍ତ ହେଉଛି ଓ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ସମସ୍ତ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି।
nabarangapur | Crime