ଜଳେଶ୍ଵରରୁ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ: ସ୍ବାମୀ-ସ୍ତ୍ରୀ ଓ ଶାଶୁ ଅଟକ

ଜଳେଶ୍ଵର: ବାଲେଶ୍ବର ଜିଲ୍ଲାର ଜଳେଶ୍ବର ଅଞ୍ଚଳରୁ ଅଢ଼େଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଥିବାର ଖବର ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଜଳେଶ୍ୱର ପୁଲିସ ଓ ଅବକାରୀ ବିଭାଗ ଦ୍ଵାରା ଜଳେଶ୍ୱର ଷ୍ଟେସନ ବଜାର ସ୍ଥିତ ଡାଇମଣ୍ଡ ହୋଟେଲ ଉପରେ ଚଢ଼ାଉ କରାଯାଇଥିଲା। ଏଠାରୁ ଜବତ  ୨.୪୦୦ କିଲୋଗ୍ରାମରୁ ଉର୍ଦ୍ଧ୍ବ ବ୍ରାଉନସୁଗାର ଜବତ କରାଯାଇଥିଲା। ଏହାର ବଜାର ଦର ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ହେବ ବୋଲି କୁହାଯାଉଛି। ଘଟଣାରେ ଦୁଇ ମହିଳାଙ୍କ ସମେତ ୩ ଜଣକୁ ପୁଲିସ ଅଟକ ରଖି ଜେରା କରୁଛି।

ଅଟକ ଯୁବକ ଜଣକ ହେଲେ ମୁକତାର ଅଲ୍ଲୀ ଖାଁ ଏବଂ ଦୁଇ ମହିଳା ହେଲେ ମୁକତାରଙ୍କ ସ୍ତ୍ରୀ ଓ ଶାଶୁ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ବ୍ରାଉନସୁଗାର ବେପାର ପୁଲିସ ଏବଂ ଅବକାରୀ ବିଭାଗର ମୁଣ୍ଡବିନ୍ଧାର କାରଣ ସାଜିଛି।

ସମ୍ବନ୍ଧିତ ଖବର