ପିକ୍‌-ଅପ୍‌ ଡ୍ରାଇଭରଙ୍କୁ ଗଛରେ ବାନ୍ଧିଦେଲେ, ଦୁର୍ବୃତ୍ତ ଲୁଟିନେଲେ ୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା!

ଦେବଗଡ଼: ଦେବଗଡ଼ ଥାନା ଅନ୍ତର୍ଗତ ରାଞ୍ଚି-ବିଜୟୱାଡା ରାସ୍ତାରେ ଆଜି ସୁଗୁଡାଗ୍ରାମ ନିକଟସ୍ଥ କମଳା ବଗିଚା ନିକଟରୁ ଏକ ପିକ୍‌-ଅପ ଭ୍ୟାନରୁ ତିନି ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ ହୋଇଥିବା ଜଣାପଡିଛି । ଏକ ବାଇକ୍‌ରେ ଆସି ଦୁଇଜଣ ଯୁବକ ଡ୍ରାଇଭର ଠାରୁ ନଗଦ ତିନି ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଓ ମୋବାଇଲ ଲୁଟିନେଇଥିବା ନେଇ ଦେବଗଡ ଥାନା‌ାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁଯାଇ ଅନୁଗୁଳ ଜିଲ୍ଲା ରେଙ୍ଗାଲିଡ୍ୟାମ ଅଞ୍ଚଳର ବ୍ୟବସାୟୀ ଅଙ୍କୁର ଅଗ୍ରୱାଲ ନିଜ ପିକ ଅପ ଭ୍ୟାନ ଡ୍ରାଇଭର ଟିକନ ହେମରମକୁ ନଗଦ ଅର୍ଥ ଦେଇ ସମ୍ବଲପୁର ଜିଲ୍ଲା କ୍ଷେତରାଜପୁର କୁ କିରାନା ସାମଗ୍ରୀ ଆଣିବାକୁ ପଠାଉଥିବା ବେଳେ ଆଜି ପୂର୍ବାହ୍ନ ସମୟରେ ରାଂଚି-ବିଜୟୱାଡା ରାସ୍ତାର କମଳା ବଗିଚା ନିକଟରେ ଦୁଇଜଣ ଯୁବକ ଏକ ପଲସର ଯୋଗେ ଆସି ଅଟକାଇ ଡ୍ରାଇଭର ଟିକନ ହେମରମ ଙ୍କ ନିକଟରେ ଥିବା ସାଢେ ତିନି ଲକ୍ଷ ଟଙ୍କା ଓ ମୋବାଇଲ ଲୁଟି ନେବାସହ ରାସ୍ତା କିଛି ଦୁରୁ ଭିତରକୁ ନେଇ ରସି ସାହାଯ୍ୟରେ ଗଛରେ ବାନ୍ଧି ଫେରାର ହୋଇଯାଇଥିବା ହୋଇଯାଇଥିଲେ । ତେବେ ଘଟଣାସଂପର୍କରେ ଦେବଗଡ ଥାନା ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପଂହଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏହାସହିତ ଦେବଗଡ ଏସପି ରାଜକିଶୋର ପାଇକରାୟ ଘଟଣାସ୍ଥଳରେ ପଂହଚି ଘଟଣାର ସ୍ଥିତି ଅନୁଧ୍ୟାନ କରିଥିଲେ ।

ସମ୍ବନ୍ଧିତ ଖବର