ଗଞ୍ଜେଇ ମାଫିଆଙ୍କ ୫ କୋଟିରୁ ଉର୍ଧ୍ବ ସମ୍ପତ୍ତି ଜବତ

ମୋହନା: ଅଡ଼ବା ଥାନା ରାଇପଙ୍କା ଖ୍ରୀଷ୍ଟିୟାନ ସାହି ବାସିନ୍ଦା ଗଞ୍ଜେଇ ମାଫିଆ ରାଧାକାନ୍ତ ନାୟକଙ୍କ ୫ କୋଟିରୁ ଉର୍ଧ୍ବ ଟଙ୍କାର ସମ୍ପତ୍ତିକୁ ଆଜି ପୁଲିସ ଜବତ କରିଛି।

କେସ ନ˚ ୮୮/୧୫-୧-୨୦୨୨ ଦଫା ୬୮ବି(ଜି) ଏନଡିପିଏସ୍‌ ଏକ୍ଟ ପ୍ରକାରେ ଅଡ଼ବା ପୁଲିସ ଏକ ମକଦ୍ଦମା ରୁଜୁ କରିଥିଲା। ଏ ନେଇ ରାଇପଙ୍କା ଖ୍ରୀଷ୍ଟିୟାନ ସାହିରେ ରାଧାକାନ୍ତ ନାୟକଙ୍କ ନାମରେ ରହିଥିବା ଏବ˚ ୨୦୧୯ରେ ନିର୍ମାଣ ହୋଇଥିବା ୨୪୯୦.୬୨ ବର୍ଗ ଫୁଟର କୋଠା (୨୫ଲକ୍ଷ ୯୩ହଜାର ୪୨୭), ବ୍ରହ୍ମପୁର ଲକ୍ଷ୍ମୀନଗର ୪ର୍ଥ ଲାଇନରେ ରାଧାକାନ୍ତ ନାୟକଙ୍କ ସ୍ତ୍ରୀ ସୁନିତା ନାୟକଙ୍କ ନାମରେ ରହିଥିବା (ଖାତା ନ˚ ୮୬୩/୯୦୯୭, ପ୍ଳଟ ନ˚ ୨୬୦୦/୪୫୪୬,ଏରିଆ ୦.୦୪ ଜମିରେ ୨୦୨୦ରେ ନିର୍ମାଣ ହୋଇଥିବା ୨୧୦୦ ବର୍ଗଫୁଟର କୋଠା (୭୮ ଲକ୍ଷ ୭ ହଜାର ୧୬୧) କୁ ଜବତ କରାଯାଇଛି। ସେହିଭଳି, ବିରିକୋଟ ଏକ୍ସିସ୍‌ ବ୍ୟାଙ୍କରେ ରାଧାକାନ୍ତ ନାୟକଙ୍କ ଜମାଖାତାରେ (ଆକାଉଣ୍ଟ ନ˚ ୯୨୦୦୦୨୦୦୬୪୨୯୭୮୯୨) ଜମା ଥିବା ୭୬ ଲକ୍ଷ ୮୧ ହଜାର ୫୭୧ଟଙ୍କା, ସ୍ତ୍ରୀ ସୁନିତା ନାୟକଙ୍କ ନାମରେ ଥିବା ଜମା ଖାତାରେ (ଆକାଉଣ୍ଟ ନ˚ ୯୨୦୦୦୨୦୦୬୫୬୩୫୪୮୮) ୨,୭ ୮,୨୦, ୭୫୬ ଟଙ୍କା, ରାଧାକାନ୍ତ ନାୟକଙ୍କ ନାମରେ ମୋହନା ଷ୍ଟେଟ ବ୍ୟାଙ୍କର ଜମା ଖାତାରେ (ଆକାଉଣ୍ଟ ନ˚ ୩୭୧୯୦୦୮୫୭୮୭) ରହିଥିବା ୫୨ ଲକ୍ଷ ୦୮ହଜାର ୩୬୭ ଟଙ୍କା ଜବତ କରାଯାଇଛି। ରଶ୍ମିତା ନାୟକଙ୍କ ନାମରେ ରହିଥିବା ମାରୁତି ବ୍ରିଜା (ଓଡି ୦୨ ବିଏଲ ୧୫୦୬) ଯାହାକି ୨୦୨୦ରେ ୯ ଲକ୍ଷ ୫୦ ହଜାର ଟଙ୍କାରେ କିଣାଯାଇଥିଲା, ତାହା ମଧ୍ୟ ଜବତ କରାଯାଇଥିବା ଅଡ଼ବା ଥାନା ଆଇଆଇସି ଆନନ୍ଦ ଚନ୍ଦ୍ର ପାତ୍ର ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର