ରାଜ୍ୟରେ ୬ଲକ୍ଷରୁ ଅଧିକ ବୟସ୍କ ନେଲେଣି ଟିକା

ଭୁବନେଶ୍ବର : ରାଜ୍ୟରେ ୬ଲକ୍ଷରୁ ଅଧିକ ବୟସ୍କ ବ୍ୟକ୍ତି କରୋନା ଟିକାର ପ୍ରଥମ ଡୋଜ୍ ନେଇ ସାରିଲେଣି। ଆଜି ୭୬,୧୮୧ ଟିକା ନେବାପରେ ଏ ପର୍ଯ୍ୟନ୍ତ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ୬ଲକ୍ଷ ୭ହଜାର ୬୧୩କୁ ବୃଦ୍ଧି ପାଇଛି। ସ୍ବାସ୍ଥ୍ୟକର୍ମୀ, ଆଗଧାଡ଼ିର ଯୋଦ୍ଧା, ୪୫-୫୯ବର୍ଷର ଜଟିଳ ରୋଗୀ ଓ ୬୦ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ମିଶାଇ ସମୁଦାୟ ୧୪ଲକ୍ଷ ୧୩ହଜାର ୮ଜଣ ଉଭୟ ପ୍ରଥମ ଓ ଦ୍ବିତୀୟ ଡୋଜ୍ ଟିକା ନେଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ବୁଧବାର ଦିନ ମୋଟ ୮୬,୩୭୪ଜଣ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦିଆଯାଇଛି। ତହିଁରେ ୮୦,୨୧୫ଜଣ ବୟସ୍କ ଟିକା ନେଇଥିଲେ। ଏହାସହ ୪୦ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍, ୧୮୬୭ଜଣଙ୍କୁ ଦ୍ବିତୀୟ ଡୋଜ୍, ୩୮୮ଜଣ ଆଗଧାଡ଼ିର ଯୋଦ୍ଧାଙ୍କୁ ପ୍ରଥମ ଓ ୩୪୯୮ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଥିଲା। ରାଜ୍ୟରେ ଏ ପର୍ଯ୍ୟନ୍ତ ୯୧.୫ ପ୍ରତିଶତ ହାରରେ ୩ଲକ୍ଷ ୬ହଜାର ୬୧୮ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍ ଓ ୨ଲକ୍ଷ ୪୧ହଜାର ୪୪୪ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆସରିଲାଣି। ସେହିପରି ୧ଲକ୍ଷ ୭୭ଜହାର ୫୯୬ଜଣଙ୍କୁ ପ୍ରଥମ ଡୋଜ୍ ଓ ୧ଲକ୍ଷ ୬ହଜାର ୭୮୪ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି। ଏହାସହ ୪୫-୫୯ବର୍ଷର ଜଟିଳ ରୋଗ ଥିବା ୩୧ହଜାର ୨୫୩ଜଣ ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି।

ସମ୍ବନ୍ଧିତ ଖବର