ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ବୁର୍ଜା ଗ୍ରାମପଞ୍ଚାୟତର କପ୍ସାଭଟ୍ଟା ଗ୍ରାମରେ ଗତ ୧୩ ତାରିଖ ଦିନ ଘଟିଥିବା ବହୁ ଚର୍ଚ୍ଚିତ ମକା ଫସଲ ନଷ୍ଟ ଓ ଘରପୋଡି ଘଟଣାରେ ପୁଲିସ ଆଜି ପୁଣି ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥି ସହିତ ଏହି ଘଟଣାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଘଟଣାର ତଦନ୍ତକାରୀ ଅଫିସର ସବଇନ୍ସପେକ୍ଟର ଖଗେଶ୍ବର ଖସଲା ନିଜର ଟିମକୁ ନେଇ ଗତକାଲି ରାତି ତମାମ ସମ୍ଭାବ୍ୟ ଠିକଣା ଉପରେ ଘନଘନ ଚଢ଼ଉ କରି ୩ ଜଣଙ୍କୁ ଗିରଫ କରିବାରେ ସଫଳ ହେଇଥିଲେ। ଗିରଫ ବ୍ୟକ୍ତିମାନେ ହେଲେ ସମସ୍ତେ ସିରଲିଗୁଡା ଗ୍ରାମର ଲାଇବନ ଭତ୍ର।, ପ୍ରଫୁଲ୍ଲ ଗଣ୍ଡ ଓ ସମରଥ ଗଣ୍ଡ। । ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତିଙ୍କ କୋର୍ଟରେ ଆଜି ଅଭିଯୁକ୍ତମାନଙ୍କୁ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବା ପରେ ସେମାନଙ୍କୁ ଜେଲ ପଠାଇ ଦିଆଯାଇଛି।

Advertisment

ଉଲ୍ଳେଖଯୋଗ୍ୟ, ଗତ ୧୬ ତାରିଖ ଦିନ ଏହି ଘଟଣାରେ ପୂର୍ବରୁ ୩ ଜଣ ଗିରଫ ହେଇ ଜେଲରେ ଅଛନ୍ତି। ତେବେ ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରଖିଛି ବୋଲି ତଦନ୍ତକ।ରୀ ଅଧିକାରୀ ଖଗେଶ୍ବର ଖସଲା ସୁଚନା ଦେଇଛନ୍ତି।