ସମ୍ବଲପୁର : କଲମା ବ୍ୟାରେଜ୍ର ସବୁ ଗେଟ୍ ଖୋଲା ଥିବା ସତ୍ତ୍ୱେ ଜୁଲାଇ ମାସ ପହିଲା ଦିନ ହୀରାକୁଦ ଜଳଭଣ୍ଡାରକୁ ମାତ୍ର ୫୯୬୪ କ୍ୟୁସେକ୍ ପାଣି ପ୍ରବେଶ କରୁଛି। ରବିବାର ରାତି ୧୦ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୦୦.୪୧ ଫୁଟ୍ ଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ। ଅପର ପକ୍ଷରେ ସେକେଣ୍ଡ ପିଛା ୧୫ ହଜାର ୮୦ ଘନଫୁଟ୍ ଜଳ ହୀରାକୁଦରୁ ନିଷ୍କାସିତ ହେଉଛି। ପାଓ୍ଵାର ଚାନେଲ ଦେଇ ୧୦୦୫୪.୧୬ କ୍ୟୁସେକ୍, ଅନ୍ୟାନ୍ୟ କେନାଲ ଦେଇ ୪୩୬୫ କ୍ୟୁସେକ୍ ପାଣି ଛଡ଼ା ଯାଉଥିବା ଜଣା ପଡ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୧.୪୮ ଓ ତଳ ମୁଣ୍ଡରେ ୧.୮୧ ମିଲିମିଟର ବର୍ଷା ରେକର୍ଡ ହୋଇଛି। ତେବେ ହୀରାକୁଦ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଥିବା ଜଳ ମଧ୍ୟରୁ ଖୁବ କମ୍ କଲମାରୁ ନିଷ୍କାସିତ ହେଉଥିଲାବେଳେ ଅଧିକାଂଶ ବାଟରେ ଥିବା ନଦୀ, ନାଳରୁ ଆସୁଛି।
କଲମା ଗେଟ୍ ଖୋଲା ଥାଇ ବି ପାଣି ଆସୁନି!, ହୀରାକୁଦକୁ ପଶୁଛି ମାତ୍ର ୬ ହଜାର କ୍ୟୁସେକ୍
/sambad/media/post_attachments/wp-content/uploads/2018/07/SBPHO1-KALMA2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)