ନୀଳଗିରି: ରେଳ ବଗିରେ ମୋରମ୍! କଥାଟା ଅଡ଼ୁଆ ଲାଗୁ ଥିଲେ ବି ସତ। ନୀଳଗିରି ଗୋପୀନାଥପୁରଠାରେ ରେଳଷ୍ଟେସନ୍ ନିର୍ମାଣ କାମ ଚାଲିଛି। ରେଳଲାଇନ୍ର ପରୀକ୍ଷା ପାଇଁ କିଛି ରେଳବଗି ଆସିଛି। ଏହି ବଗିରେ ଲୋକମାନେ ମୋରମ୍ ଉତ୍ତୋଳନ ପରେ ଲୁଚାଇ ରଖୁଥିଲେ ଏବଂ ପରେ ଟ୍ରାକ୍ଟର ଓ ଟ୍ରକ୍ ଯୋଗେ ଚାଲାଣ କରୁଥିଲେ। ତେବେ ଏନେଇ ଅଞ୍ଚଳବାସୀ ତହସିଲ କାର୍ଯ୍ୟାଳୟକୁ ଖବର ଦେଇଥିଲେ। ଫଳରେ ଆଜି ଉପଜିଲ୍ଲାପାଳ ମନ୍ଦରଧର ମହାଳିକ, ଏସ୍ଡିପିଓ ରିତେଶ ମହାପାତ୍ର, ତହସିଲଦାର ରଞ୍ଜନ ବେହେରା ଓ ପୁଲିସ ବଳ ପହଞ୍ଚି ମୋରମ୍ ଭର୍ତ୍ତି ରେଳବଗି ଏବଂ ଏକ ଜେସିବି ମେସିନ୍ ଜବତ କରିଛନ୍ତି।
ତେବେ କିଛି ଟ୍ରାକ୍ଟର ଓ ଅନ୍ୟ ଏକ ଜେସିବି ମେସିନ୍କୁ ଡ୍ରାଇଭର ଖସାଇ ନେବାରେ ସକ୍ଷମ ହୋଇଛନ୍ତି। ତେବେ ଏହି ଘଟଣା ପରେ ମୋରମ୍ ଚୋରି ନେଇ ଏକ ବଡ଼ ରାକେଟ୍ କାମ କରୁଥିବା ସଂଦେହ କରାଯାଉଛି। ତଦନ୍ତ ଜାରି ରହିଛି। ଆଗକୁ ସବୁ କାର୍ସାଦି ଜଣାପଡ଼ିବ ବୋଲି ତହସିଲଦାର ଶ୍ରୀ ମହାଳିକ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/୩୪.jpg)