ହାର୍ଡକୋର୍‌ ନକ୍ସଲର ଆତ୍ମସମର୍ପଣ

ଫୁଲବାଣୀ: ହାର୍ଡକୋର୍‌ ମାଓବାଦୀ ଭରତ ଓରଫ ରାକେଶ କନ୍ଧମାଳ ପୁଲିସ ନିକଟରେ ଆଜି ଆତ୍ମସମର୍ପଣ କରିଛି। ଭରତ କେ‌କେବିଏନ ସଂଗଠନରେ ସାମିଲ ହୋଇଥିଲା। ସେ ଗାଡିମାସ୍କା କ୍ୟାମ୍ପ ଆକ୍ରମଣ, ଗଗରପଟ୍ଟାରେ ଗୁଳିମାଡ଼ ସହିତ ଗତ ଜାନୁଆରିରେ ସୁଡ୍ରୁକୁମ୍ପାରେ ଠିକାଦାର କ୍ୟାମ୍ପରେ ଗାଡିପୋଡି ଓ ଜଣେ ଜଗୁଆଳୀକୁ ହତ୍ୟା ମାମଲାରେ ସଂପୃକ୍ତ ଥିବା ପୁଲିସ ଆଗରେ ସ୍ବୀକାର କରିଛି। ପୂର୍ବରୁ ଭରତକୁ ଧରିବା ପାଇଁ ପୁଲିସ ଏକ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା ।

ସମ୍ବନ୍ଧିତ ଖବର