ବ୍ରଜରାଜନଗର: ଗୋଟିଏ ଘରୁ ମିଳିଲା ତିନି ମୃତଦେହ । ମୃତକଙ୍କ ମଧ୍ୟରେ ଅଛନ୍ତି ମା’ ଓ ଦୁଇ ଝିଅ । ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ବାପା ଫେରାର ଅଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡା ବ୍ରଜରାଜନଗର ଥାନା ଅନ୍ତର୍ଗତ ଗଙ୍ଗାନଗର ଫାଟକପଡ଼ା ଅଞ୍ଚଳରେ । ମୃତକମାନେ ହେଲେ ୨୮ ବର୍ଷୀୟ ମା’ ସୋନି ପୋଦାର ଏବଂ ୫ ବର୍ଷୀୟ ଝିଅ ମୁସ୍କାନ ଓ ୩ ବର୍ଷୀୟ ଝିଅ ରାଧିକା । ସୋନିଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିବା ବେଳେ ବ୍ରଜରାଜନଗର ପୁଲିସ ତଦନ୍ତ ଆରମ୍ଭ କରିଛି ।
ସ୍ୱାମୀ ନାରାୟଣ ପୋଦାର ସହ ରହୁଥିଲେ ସୋନି ଏବଂ ତାଙ୍କର ଦୁଇ ଝିଅ । ଘଟଣାସ୍ଥଳରୁ ପୁଲିସ ମା’ ଓ ଦୁଇ ଝିଅଙ୍କ ମୃତଦେହ ଉଦ୍ଧାର କରିଥିଲେ ମଧ୍ୟ ନାୟାରଣ ଫେରାର ଅଛନ୍ତି । ତେଣୁ ନାରାୟଣଙ୍କ ଉପରେ ପୁଲିସ ସନ୍ଦେହ କରୁଛି । ପାରିବାରିକ କହଳ ଯୋଗୁଁ ନାରାୟଣ ହତ୍ୟା କରିଥାଇପାରେ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି । ଘଟଣାସ୍ଥଳରେ ଝାରସୁଗୁଡ଼ା ଅତିରିକ୍ତ ଏସପି ପହଞ୍ଚି ତଦନ୍ତ କାର୍ଯ୍ୟ ତଦାରଖ କରୁଛନ୍ତି ।
/sambad/media/post_attachments/wp-content/uploads/2021/09/t-198.jpg)
ସୂଚନା ଅନୁସାରେ, ପୋଦାର ପରିବାର ୬ମାସ ପୂର୍ବରୁ ସେହି ପଡାର ଅନ୍ୟତ୍ର ରହୁଥିଲେ। ନାରାୟଣ ଜଣେ ଦିନ ମଜୁରିଆ। ତାର ସାନଭାଇ କଳାକାହ୍ନୁ ମଧ୍ୟ ନାରାୟଣ ସହ ରହୁଥିଲା। କଳାକାହ୍ନୁ ନିଜ ଭାଉଜ ସୋନିକୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହେବା ପରେ କଳାକାହ୍ନୁକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଏହା ପରେ ସେମାନେ ପୂର୍ବ ଘର ଛାଡ଼ି ଅଚ୍ୟୁତାନନ୍ଦ ସୁରିଆଙ୍କ ଭଡାଘରେ ୫ମାସ ହେବ ରହୁଥିଲେ।
ପଡୋଶୀ ସୁରଜ ଖାଲକୋଙ୍କ କହିବା ଅନୁସାରେ, ସେମାନଙ୍କ ଭିତରେ ଭଲ ସଂପର୍କ ଥିଲା। କେବେ ଝଗଡା ହେବାର ଶୁଣିନାହାନ୍ତି। ଗତକାଲି ରାତିରେ ଲାଇନ ନଥିବାରୁ ରାତି ୧୧ଟା ପର୍ଯ୍ୟନ୍ତ ଲାଇନ ମରାମତି କରାଯାଇଥିଲା। ସେଠାରେ ନାରାୟଣ ମଧ୍ୟ ଉପସ୍ଥିତ ଥିଲା। କିନ୍ତୁ ସକାଳେ କ୍ଷୀର ବିକାଳି ଡାକିବାରୁ ସୋନି କବାଟ ଖୋଲି ନଥିଲେ।ଫଳରେ କ୍ଷୀର ବିକାଳି ଚାଲିଯାଇଥିଲା। ସକାଳ ୮ଟା ପର୍ଯ୍ୟନ୍ତ କବାଟ ବନ୍ଦ ରହିବାରୁ ପଡୋଶୀ କବାଟ ବାଡ଼ାଇବା ସହ ଘର ମାଲିକକୁ ଏବିଷୟରେ ଜଣାଇଥିଲେ। ଘର ମାଲିକ ମଧ୍ୟ ସେମାନଙ୍କୁ ଡାକି ନିରାଶ ହେବାପରେ ବ୍ରଜରାଜନଗର ଥାନାରେ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି କବାଟ ଠେଲି ଦେବାରୁ କବାଟ ଖୋଲି ଯାଇଥିଲା। ଭିତରକୁ ଯିବା ପରେ ପୁଲିସ ସୋନିଙ୍କ ସହ ତାଙ୍କ ୨ଝିଅଙ୍କ ମୃତଦେହ ପଡ଼ିଥିବାର ଦେଖିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/How-Mother-Daughter-Dies_Thumbnail.jpg)