ଉଛୁଳା  ନଦୀରେ ଫଶିଲେ ମା’ ଓ ଶିଶୁପୁତ୍ର

୪ ଘଣ୍ଟା ପରେ ଉଦ୍ଧାର କଲେ ଗ୍ରାମବାସୀ

ରାୟଗଡ଼ା: ଉଛୁଳା ନଦୀ ମଝିରେ ଫଶି ରହିଲେ ମା ଓ ପୁଅ । କିନ୍ତୁ ଅଳ୍ପକେ ବର୍ତି ଯାଇଛନ୍ତି ଏହି ମା ଓ ପୁଅ ।  କୌଣସି କାମରେ ନଦୀ ପାର ହେଇ ଯାଇଥିଲେ ମା ନନ୍ଦିନୀ ମାଣ୍ଡଙ୍ଗି ଓ ପୁତ୍ର ରୋହିତ। ଆଜି  ନନ୍ଦିନୀ ନିଜ ପୁଅ ରୋହିତକୁ କାଖରେ ଧରି କୌଣସି କାମରେ ରାଣୀ ଗଙ୍ଗା  ନଦୀ ଆର ପାରିକୁ ଯାଇଥିଲେ ।  କାମ ସାରି ଘରକୁ ଫେରିଲା ବେଳେ ମଝି ନଈରେ ହଠାତ ଉପର ମୁଣ୍ଡରୁ ଗୋଳିଆ ପାଣି ମାଡିଆସିଲା ।  ଫଳରେ ନଦୀ ମଝିରେ ଜୀବନ ବିକଳରେ ଚିତ୍କାର କରିଥିଲେ ମା ନନ୍ଦନି । ନଦୀର ପ୍ରଖର ସ୍ରୋତରେ ଜୀବନର ଆଶା ଛାଡ଼ି ଦେଇଥିଲେ ବୋଲି ନନ୍ଦିନୀ । ନଦୀ ମଝିରେ ଥିବା ଏକ ବୁଦାକୁ ଜାବୁଡି ଧରି ଜୀବନ ରକ୍ଷା କରିଥିଲେ ।

ଏହିଭଳି ଛାତି ଥରା ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ସଦର ବ୍ଲକ କୁମ୍ଭୀକଟା ଗ୍ରାମ ପଞ୍ଚାୟତର ପୁଞ୍ଜିପାଇ ଗ୍ରାମରେ। ଦୀର୍ଘ ସମୟ ଧରି ନନ୍ଦିନୀ ଓ ରୋହିତ ଘରେ ନଥିବା ଦେଖି ଘର ଲୋକେ  ଖୋଜା ଖୋଜି କରିଥିଲେ । ପରେ ଗ୍ରାମର ଲୋକମାନେ ଯାଇ ଦେଖିଲା ବେଳକୁ ନନ୍ଦିନୀ ପିଲା ସହ ଫସି ଯାଇ ଚିତ୍କାର କରୁଛି ମୋତେ ବଞ୍ଚାଇ ଦିଅ ବୋଲି। କିନ୍ତୁ ପାହାଡିଆ ପାଣିର ବେଗ ଅଧିକ କେହିବି ସାହସ ବାନ୍ଧି ପାରିଲେ ନାହିଁ ଭିତରକୁ ଯାଇ ରକ୍ଷା କରିବା ପାଇଁ।  ଗ୍ରାମର ବିଟୁ ମାଣ୍ଡଙ୍ଗି, ନରେନ୍ଦ୍ର ମାଣ୍ଡଙ୍ଗି,ମୁଲୁକୁ ମାଣ୍ଡଙ୍ଗି,ନକୁଳ ମାଣ୍ଡଙ୍ଗି,କମୁକୁ ମାଣ୍ଡଙ୍ଗି,କସମା ମାଣ୍ଡଙ୍ଗି ଓ ସିଦ୍ଧାନ୍ତ ଏକ ଦଉଡିକୁ ନଦୀର ପ୍ରବାହିତ ଜଳରେ ଫୋପାଡ଼ି ନନ୍ଦିନୀକୁ ଧରିବାକୁ କହି ଥିଲେ । ସାହସ ବାନ୍ଧି ନନ୍ଦିନୀ ନିଜ ଦେହରେ ରଶି ଗୁଡ଼ାଇବା ପରେ ଧୀରେ ଧୀରେ କୂଳକୁ ଟାଣି ଆଣି ଜୀବନ ବଞ୍ଚାଇଥିଲେ ଗ୍ରାମବାସୀ।

ସମ୍ବନ୍ଧିତ ଖବର