ଢେଙ୍କିକୋଟ/ଘଟଗାଁ : କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଫାଣ୍ଡି ସାନମସିଣାବିଲା ଗ୍ରାମରେ ରବିବାର ରାତିରେ ଘଟିଛି ଅଘଟଣ। ଡିବିରି ନିଆଁରେ ପୋଡ଼ି ହୋଇ ଜଣେ ମହିଳା ଓ ତାଙ୍କର ମାସକର ଶିଶୁକନ୍ୟାର ମୃତ୍ୟୁ ଘଟିଥିବା ବେଳେ ମୃତ ମହିଳାଙ୍କ ମା’ ଗୁରୁତର ଅବସ୍ଥାରେ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ମିଳିଥିବା ସୂଚନା ଅନୁସାରେ, ଘଟଗାଁ ବ୍ଳକ ଆଙ୍କଲପଡ଼ା ଗାଁ’ରେ ବିବାହ କରିଥିବା କୁନ୍ତିଲତା ନାଏକ (୨୬) ତାଙ୍କର ମାସକର ଶିଶୁକନ୍ୟାକୁ ଧରି ବାପଘର ସାନମସିଣାବିଲା ଗାଁ’କୁ ବୁଲି ଆସିଥିଲେ। ରବିବାର ରାତିରେ ଜଳନ୍ତା ଡିବିରିରେ କିରାସିନି ଭରିବାବେଳେ ଡିବିରିରୁ ନିଆଁ ଲାଗି କୁନ୍ତିଲତା ଓ ତାଙ୍କ ଶିଶୁକନ୍ୟା ଗୁରୁତର ଭାବେ ପୋଡ଼ି ଯାଇଥିିଲେ। ଉଭୟଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ମା’ ରାଧିକା ନାଏକ (୫୫) ମଧ୍ୟ ନିଆଁରେ ପୋଡ଼ି ହୋଇ ଯାଇଥିଲେ। ତିନିଜଣଙ୍କୁ ପ୍ରଥମେ ଘଟଗାଁ ଡାକ୍ତରଖାନା ଏବଂ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ସେଠାରେ କୁନ୍ତିଲତା ଓ ତାଙ୍କ ଶିଶୁକନ୍ୟାର ମୃତ୍ୟୁ ଘଟିଥିଲା। ରାଧିକାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।
ଜଳିଗଲେ ମା’-ଝିଅ, ଆଈ ଗୁରୁତର
/sambad/media/post_attachments/wp-content/uploads/2018/02/fire-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)