ଝାରସୁଗୁଡ଼ା : ଛତିଶଗଡ଼ରେ ଘଟିଥିବା ବହୁ ଚର୍ଚ୍ଚିତ କଳ୍ପନା ଦାଶ ଓ ଝିଅ ବବ୍ଲି ମର୍ଡର ଘଟଣାରେ ଚକ୍ରଧରନଗର ପୁଲିସ ଦ୍ବାରା ଗିରଫ ହୋଇ ଜେଲ ହାଜତରେ ଥିବା ଅନୁପ ସାଏଙ୍କୁ ପୁଲିସ ଗୋଟିଏ ଦିନ ରିମାଣ୍ଡରେ ନେଇ ବୁଧବାର ପୁଣି ଜେଲ୍ ହାଜତକୁ ପଠାଇ ଦେଇଛି। ମଙ୍ଗଳବାର ଅପରାହ୍ଣରେ ରାୟଗଡ଼ ସିଜେଏମ୍ କୋର୍ଟରୁ ଅନୁପଙ୍କୁ ପୁଲିସ ଗୋଟିଏ ଦିନ ରିମାଣ୍ଡରେ ନେଇ ଜେରା କରିଥିଲା। ଏହି ଜେରା ସମୟରେ ପୁଲିସ ହତ୍ୟାକାଣ୍ଡ ଘଟଣାରେ କଣ ନୂଆ ତଥ୍ୟ ଉନ୍ମୋଚନ କଲା ତାହା ଜଣାପଡ଼ି ନାହିଁ। ଅପରାହ୍ଣରେ ରିମାଣ୍ଡ ଅବଧି ସଂପୂର୍ଣ୍ଣ ହେବା ପରେ ନିୟମ ଅନୁଯାୟୀ ପୁଲିସ ଅନୁପଙ୍କୁ ଡାକ୍ତରଖାନାରେ ସ୍ବାସ୍ଥ୍ୟ ପରୀକ୍ଷା କରାଇ ସିଜେଏମ୍ କୋର୍ଟରେ ହାଜର କରାଇଥିଲା। ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁଯାୟୀ ପୁଲିସ କରିଥିବା ନାର୍କୋ ଟେଷ୍ଟ ନେଇ କୋର୍ଟରେ ଶୁଣାଣି ହେବାର ଥିଲେ ମଧ୍ୟ ତାହା ହୋଇ ନଥିଲା। ନାର୍କୋ ଟେଷ୍ଟ ପାଇଁ ଥିବା ନିୟମରେ ସହମତି ନହେବାରୁ ଆଜି ଶୁଣାଣି ହୋଇ ପାରି ନଥିବା କୁହାଯାଉଛି।
କଳ୍ପନା ଓ ବବ୍ଲି ହତ୍ୟା ମାମଲା : ନାର୍କୋ ଟେଷ୍ଟ୍ ପାଇଁ ରାଜି ହେଲେନି, ପୁଣି ଜେଲ୍ ହାଜତକୁ ଗଲେ ଅନୁପ
/sambad/media/post_attachments/wp-content/uploads/2020/02/Anup-Sai.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)