ଝରସୁଗୁଡ଼ା : ବହୁ ଚର୍ଚ୍ଚିତ କଳ୍ପନା ଓ ବବଲି ହତ୍ୟାକାଣ୍ଡ ମାମଲାରେ ଶୁକ୍ରବାର ଚକ୍ରଧରନଗର ପୁଲିସ କଳ୍ପନା ଦାଶଙ୍କ ବାପା ରୁଦ୍ରାକ୍ଷ ଦାଶଙ୍କୁ ଥାନାକୁ ଡାକି ତାଙ୍କର ବୟାନ ରେକର୍ଡ କରିଥିବା ଜଣାଯାଇଛି। ଏହି ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ପୁଲିସ ପୂର୍ବରୁ ଗିରଫ କରି ସାରିଛି। ତେବେ ଅନୁପ ସାଏଙ୍କୁ ଗିରଫ କରିବା ପରେ କଳ୍ପନାଙ୍କ ପରିବାରର ଭାଇ, ଭାଉଜଙ୍କ ବୟାନ ପୁଲିସ ରେକର୍ଡ କରି ସାରିଥିବା ବେଳେ ରୁଦ୍ରାକ୍ଷ ଓ ତାଙ୍କ ପତ୍ନୀ ଚାରିଧାମ ତୀର୍ଥଯାତ୍ରାରେ ଯାଇଥିବାରୁ ତାଙ୍କର ବୟାନ ରେକର୍ଡ କରାଯାଇ ପରି ନଥିଲା। ଆଜି ସକାଳେ ରୁଦ୍ରାକ୍ଷ ବ୍ରଜରାଜନଗରରେ ପହଂଚିବା ପରେ ରାୟଗଡ଼ ଯାଇ ଚକ୍ରଧରନଗର ଥାନାରେ ତାଙ୍କ ବୟାନ ଦେଇଥିବା ଜଣାଯାଇଛି।
କଳ୍ପନା ଓ ବବଲି ହତ୍ୟାକାଣ୍ଡ ମାମଲା : ବାପା ରୁଦ୍ରାକ୍ଷଙ୍କ ବୟାନ ରେକର୍ଡ
/sambad/media/post_attachments/wp-content/uploads/2020/02/kalpana-das-father.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)