ଚଣ୍ଡିଖୋଲ/ଛତିଆ : ବୈରୀ ଥାନା ଅନ୍ତର୍ଗତ ଛତିଆ ଫାଣ୍ଡି ଅଧୀନସ୍ଥ ୧୬ନଂ ଜାତୀୟ ରାଜପଥରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମା’ପୁଅଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ବୈରୀ ଥାନା ଅନ୍ତର୍ଗତ ନୟାପାଟଣା ଗାଁର ଲିପୁ ନାୟକ(୨୫), ଓ ତାଙ୍କ ମା ଭାରତୀ ନାୟକ(୫୫) କଟକରୁ ବାଇକ୍ ଯୋଗେ ଗାଁକୁ ଫେରୁଥିଲେ। ଛତିଆ ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକ ତାଙ୍କ ବାଇକ୍ ପଛପଟୁ ଧକ୍କା ଦେଇଥିଲା। ଉଭୟ ମା’ ପୁଅ ବାଇକ୍କରୁ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ କଟକ ବଡ଼ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା। କଟକ ବଡ଼ ଡାକ୍ତରଖାନାରେ ପୁଅ ଲିପୁର ମୃତ୍ୟୁ ଘଟିଥିବାବେଳେ ଏହାର କିଛି ସମୟ ପରେ ଚିକିତ୍ସାଧୀନ ଅବସ୍ଥାରେ ମା ଭାରତୀଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା।
ବାଇକ୍କୁ ପଛରୁ ପିଟିଲା ଟ୍ରକ, ମା’ ପୁଅ ମୃତ
/sambad/media/post_attachments/wp-content/uploads/2019/06/Jaj-accident-re-maapua-mruta1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)