ବାଲୁଗାଁ : ବାଲୁଗାଁ ନିକଟସ୍ଥ ଆଙ୍କୁଲାଚଟି ଗ୍ରାମ ହରିଜନ ସାହିରେ ଏକ ଅଭାବନୀୟ ପରିସ୍ଥିତି ଦେଖାଯାଇଛି। ଘରର ଉପର ମହଲାର ଏକ କୋଠରିରୁ ମା’ ଓ ୨ ବର୍ଷର ଶିଶୁପୁତ୍ରଙ୍କ ମୃତଦେହ ମିଳିଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ମୃତ ମହିଳାଙ୍କ ପରିବାର ପକ୍ଷରୁ ବାଲୁଗାଁ ଥାନାରେ ହତ୍ୟା ଅଭିଯୋଗ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ମହିଳାଙ୍କ ଶାଶୂ ଓ ଶ୍ବଶୁରଙ୍କୁ ଅଟକ ରଖି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ବାଲୁଗାଁ ଏସ୍ଡିପିଓ ଓ ବାଲୁଗାଁ ଆଇଆଇସି ମିଳିତ ଭାବେ ତଦନ୍ତକୁ ଜୋର୍ଦାର୍ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଦୁଇ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
/sambad/media/post_attachments/wp-content/uploads/2021/04/khordha-f.jpg)
ଘଟଣାରୁ ପ୍ରକାଶ, ଆଙ୍କୁଲାଚଟି ଗ୍ରାମ ହରିଜନ ସାହିର ଭାଗୀରଥି ନାୟକଙ୍କ ପୁଅ ବିଭୁ ନାୟକ ନିକଟସ୍ଥ ନୂଆଗଡ଼ ଗ୍ରାମର ଧ୍ରୁବ ନାୟକଙ୍କ ଝିଅ ସସ୍ମିତାଙ୍କୁ ୩ ବର୍ଷ ତଳେ ବିବାହ କରିଥିଲେ ଏବଂ ୨ ବର୍ଷର ଶିଶୁପୁତ୍ର ଥିଲା। କିଛି ମାସ ତଳେ ବିଭୁ ସୁଦୂର ଦୁବାଇ ରୋଜଗାର କରିବା ପାଇଁ ଯାଇଥିବା ବେଳେ ସସ୍ମିତା ନିଜ ପୁଅ ସହ ଶାଶୂ-ଶ୍ବଶୁର, ନଣନ୍ଦ ଓ ଦିଅରଙ୍କ ସହ ମିଶିକି ରହୁଥିଲେ। ବିଭୁ ଦୁବାଇ ଯିବା ପରେ ପୁତୁରା ସହିତ ଏକ ପ୍ରକାର ସମ୍ପର୍କ ଗଢ଼ିଉଠିଥିଲା। ପରସ୍ପର ସର୍ବଦା ମୋବାଇଲ୍ରେ କଥା ହେଉଥିଲେ ବୋଲି ଶ୍ବଶୁର କହୁଥିବା ବେଳେ ଏ କଥା ବିଭୁ ଜାଣିବା ପରେ ସସ୍ମିତାଙ୍କୁ ଗାଳି କରିଥିଲେ। ଗତ ମଙ୍ଗଳବାର ସନ୍ଧ୍ୟାରେ ସସ୍ମିତା ଓ ପୁଅ ବହୁ ସମୟ ପର୍ଯ୍ୟନ୍ତ ତଳକୁ ନ ଆସିବାରୁ ଶ୍ବଶୁର ଭାଗୀରଥି ଉପର ମହଲାକୁ ଯାଇ ସସ୍ମିତା ଓ ଶିଶୁପୁତ୍ରର ମୃତଦେହ ଫ୍ୟାନରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ଘଟଣା ସମ୍ପର୍କରେ ଭାଗୀରଥି ସେହି ରାତିରେ ବାଲୁଗାଁ ପୁଲିସକୁ ଖବର ଦେଇଥିଲେ। ପୋଲିସ ବୁଧବାର ସକାଳେ ଘଟଣାସ୍ଥଳରେ ପହଞ୍ଚି ସସ୍ମିତାର ବାପାଘରକୁ ଖବର ଦେଇଥିଲେ। ଅନ୍ୟ ପକ୍ଷରେ, ଶାଶୂ-ଶ୍ବଶୁର, ନଣନ୍ଦ ଓ ଦିଅର ମିଶି ସସ୍ମିତାଙ୍କୁ ମାରିଦେଇଥିବା ମା’ ସଜନୀ ନାୟକ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗକୁ ଭିତ୍ତିକରି ହତ୍ୟା ମାମଲା ରୁଜୁ କରି ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି। ସାଇଣ୍ଟିଫିକ୍ ଟିମ୍ ଓ ବାଲୁଗାଁ ଏସ୍ଡିପିଓ ମାନସରଞ୍ଜନ ବାରିକ, ବାଲୁଗାଁ ଥାନା ଆଇଆଇସି ରମାକାନ୍ତ ମହାଳିକ ଘଟଣାର ତଦନ୍ତ ଆରମ୍ଭ କରି ଶାଶୂ ଓ ଶ୍ବଶୁରଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ମୃତ୍ୟୁ ରହସ୍ୟ ଉପରୁ ଶୀଘ୍ର ପରଦା ଉଠିବ ବୋଲି ଏସ୍ଡିପିଓ ଶ୍ରୀ ବାରିକ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/dead-new-indian-express.jpg)