ଯାଜପୁର: ଗତରାତିରେ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନଳୀପୁର ଗାଁରେ ବିଜୁଳି ଆଘାତ ପାଇ ଜଣେ ମହିଳା ଓ ତାଙ୍କ ପୁଅର ମୃତ୍ୟୁ ଘଟିଛି।
ମୃତ ମହିଳା ହେଉଛନ୍ତି ଚାନ୍ଦ୍ ବିବି ଓ ତାଙ୍କ ୭ ବର୍ଷର ପୁଅ।
ପ୍ରାପ୍ତ ସୂଚନା ଅନୁସାରେ, ଗତରାତିରେ ନଳୀପୁର ଗାଁର ସାରା ବିବିଙ୍କ ଘରେ ବିଜୁଳି ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଯାଇଥିଲା। ଗ୍ରାମବାସୀ ଏବଂ ଦମକଳବାହିନୀ ମିଳିମିଶି ସାରା ବିବିଙ୍କ ଘରୁ ନିଆଁ ଲିଭାଇଥିଲେ।
/sambad/media/post_attachments/wp-content/uploads/2021/03/jajpur1-1.jpg)
କିନ୍ତୁ, ନିଆଁ ଲାଗିବା ଯୋଗୁଁ ବିଜୁଳି ତାରର ପ୍ଲାଷ୍ଟିକ୍ ଆବରଣ ପୋଡ଼ି ଯାଇଥିଲା। ବିଜୁଳି ପ୍ରବାହିତ ହେଉଥିବା ଉକ୍ତ ଧାତବ ତାର ପୋଡ଼ିଯାଇଥିବା ଚାଳଘର ପାଖରେ ଥିବା ଟିଣଛପର ଘରେ ଲାଗିଥିବାରୁ ସେ ଘରଟି ଚାର୍ଜ ହୋଇଯାଇଥିଲା।
ସେପଟେ, ଘରପୋଡ଼ି କଥା ଜାଣି ସାରାଙ୍କ ସମ୍ପର୍କୀୟ ଚାନ୍ଦ ବିବି ଏବଂ ତାଙ୍କ ପୁଅ ତାଙ୍କ ଘରକୁ ଆସିଥିଲେ। ଉଭୟ ବିଜୁଳି ଚାର୍ଜ ହୋଇଥିବା ଟିଣଛପର ଘରକୁ ପ୍ରବେଶ କରିବା ବେଳେ ବିତ୍ୟୁତ୍ ଆଘାତ ଲାଗିଥିଲା। ଫଳତଃ ଘଟଣାସ୍ଥଳରେ ହିଁ ମାଆ ଓ ପୁଅଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।
ଏଭଳି ଅଭାବନୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ବାଲିଚନ୍ଦ୍ରପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/jajpur-3.jpg)