ଝାରସୁଗୁଡ଼ା: ବଜ୍ରାଘାତରେ ମା’ ଓ ପୁଅଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ଅନ୍ୟ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି। ମୃତକମାନେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଦର୍ଲିପାଲି ଗ୍ରାମର କସ୍ତୁରୀ ରୋହିଦାସ(୫୦) ଓ ପୁଅ ଡୋଳାମଣି ରୋହିଦାସ(୨୭)। ଗୁରୁତର ଜଣକ ବାସୁପାଲିର ମହେନ୍ଦ୍ର ରୋହିଦାସ। ଝାରସୁଗୁଡା ଜିଲ୍ଲା ବନହରପାଲି ଥାନା ଅନ୍ତରଗତ ବାସୁପାଲି ଗ୍ରାମକୁ ଏକ ଶୁଦ୍ଧିକ୍ରିୟାରେ ଯୋଗ ଦେବା ପାଇଁ ଯାଇଥିବାବେଳେ ବଜ୍ରାଘାତ ଯୋଗୁଁ ଏହି ଅଘଟଣ ଘଟିଛି।
ସୂଚନାଯୋଗ୍ୟ, ଆଜି ବଜ୍ରପାତ ଜନିତ ଘଟଣାରେ ରାଜ୍ୟରେ ଏପର୍ଯ୍ୟନ୍ତ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୨ ଜଣ ଗୁରୁତର ଅଛନ୍ତି। ମୟୂରଭଂଜ ଜିଲ୍ଲା ରାଇରଂଗପୁର ଉପଖଣ୍ଡ ବହଳଦା ଥାନା ନିମଡ଼ିହି ଗ୍ରାମର ଗୋପୀ ମୁଣ୍ଡାଙ୍କ ସ୍ତ୍ରୀ ରାଣୀ ମୁଣ୍ଡା(୨୫) ଓ ଗୋପାଲ ମୁଣ୍ଡାଙ୍କ ଝିଅ ପାନ ମୁଣ୍ଡା(୭) ଗ୍ରାମ ପୋଖରୀକୁ ଗାଧୋଇବାକୁ ଯାଉଥିବା ସମୟରେ ବର୍ଷା ହେବାରୁ ବରଗଛ ମୂଳରେ ଛିଡା ହୋଇଥିଲେ । ତେବେ ବଜ୍ରପାତ ଘଟିବାରୁ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା । ତେବେ ସେହି ପାର୍ଶ୍ଵ ଦେଇ ଯାଉଥିବା ଗୋପୀ ମୁଣ୍ଡାଙ୍କ ଝିଅ ଲେଚେ ମୁଣ୍ଡା ମଧ୍ୟ ବଜ୍ରପାତର ପ୍ରଭାଵରେ ସଂଜ୍ଞାହୀନ ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବହଳଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ସେହିପରି ତିରିଂ ଥାନା ବାରୁଡ଼ିହି ଗ୍ରାମର ଶ୍ୟାମ ଚରଣ ପୁର୍ତ୍ତି(୩୧) ଗୋରୁ ଚରାଇ ଘରକୁ ଫେରୁଥିବା ସମୟରେ ବଜ୍ରପାତ ଘଟିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ବହଳଦା ଓ ତିରିଂ ଥାନାରେ ଦୁଇଟି ଅପମୃତ ମାମଲା ରୁଜୁ ହୋଇଛି । ଶବ ବ୍ୟବଚ୍ଛେଦ ନିମନ୍ତେ ରାଇରଙ୍ଗପୁର ଉପଖଣ୍ଡ ଚିକିସ୍ୟାଳରେ ଭର୍ତ୍ତି କରାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/5985776e-5bf2-45aa-8444-f3e506859369.jpg)