୭ ଦିନ ହେଲା ଘର ଭିତରେ ବନ୍ଦୀ ବୃଦ୍ଧା ଓ ତାଙ୍କ ପୁଅ, କିଏ ଠୁଙ୍କିଲା ତାଲା?

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଅଭାବନୀୟ ଘଟଣା ଘଟିଛି । ୭ ଦିନ ହେଲା ଘର ଭିତରେ ବନ୍ଦୀ ହୋଇ ରହିଛନ୍ତି ୭୬ ବର୍ଷୀୟା ବୃଦ୍ଧା ଓ ତାଙ୍କ ପୁଅ । ଭୁବନେଶ୍ୱର  ସିଆରପି ଛକ ନିକଟ ପ୍ରିୟଦର୍ଶିନୀ ମାର୍କେଟ ପଛପଟ ଅଞ୍ଚଳରେ ଦେଖିବାକୁ ମିଳିଛି ଏହିଭଳି ଘଟଣା । ତେବେ ଜମିବାଡି ବିବାଦକୁ ନେଇ ୯ବର୍ଷ ହେଲା ସ୍ଥାନୀୟ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ବିବାଦ ଲାଗିରହିଥିଲା । ବିବାଦ ବଢିବା ପରେ ସମ୍ପୃକ୍ତ ବ୍ୟକ୍ତି ଜଣକ ବୃଦ୍ଧାଙ୍କର ଘର ଫାଟକରେ ତାଲା ପକାଇ ଦେଇଛନ୍ତି । ଫଳରେ ୭ଦିନ ହେଲା ବୃଦ୍ଧା ଓ ତାଙ୍କ ପୁଅ ଘରବନ୍ଦୀ ଅବସ୍ଥାରେ ରହିଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ପୁଲିସ ବି ବାହାରେ ଜଗି ରହିଛି । କେହି ଯେମିତି ଘର ଭିତରକୁ ଯାଇ ପାରିବେ ନାହିଁ ଓ ଘର ଭିତରୁ ଯେମିତି କେହି ବାହାରକୁ ଆସି ପାରିବେ ନାହିଁ ବୋଲି କାର୍ଯ୍ୟରତ ପୋଲିସ କନଷ୍ଟେବଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି । ହେଲେ ଘର ଭିତରେ ବନ୍ଦୀ ଥିବା ବୃଦ୍ଧା ମୁକ୍ତି ପାଇଁ ନିବେଦନ କରିଛନ୍ତି ।

ସମ୍ବନ୍ଧିତ ଖବର