ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଡବଲ ମର୍ଡର ହୋଇଛି। ତମାଣ୍ଡୋ ଥାନା ଅଂଚଳର କଳିଙ୍ଗନଗରରେ ଆଜି ମା’-ପୁଅଙ୍କୁ ହତ୍ୟା କରାଯାଇଛି। ପୁଲିସର ପ୍ରାଥମିକ ତଦନ୍ତରୁ ଯାହା ଜଣାପଡ଼ିଛି ଏହି ହତ୍ୟାକାଣ୍ଡର ଖଳନାୟକ ହେଉଛି ମହିଳାଙ୍କର ସ୍ୱାମୀ ଅବନୀ ମଙ୍ଗରାଜ। ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।
ସୂଚନା ଅନୁସାରେ ଅଭିଯୁକ୍ତ ଅବନୀ ରାତିରେ ଖାଇବାରେ ନିଦ ଔଷଧ ମିଶାଇ ନିଜ ୧୦ ବର୍ଷର ପୁଅ ଓ ସ୍ତ୍ରୀକୁ ଦେଇଥିଲେ । ରାତି ୩ଟା ବେଳେ ଶୋଇଥିବା ଅବସରରେ ନିଜ ପୁଅ ଓ ସ୍ତ୍ରୀକୁ ଓଢଣୀ ସାହାଯ୍ୟରେ ତଂଟି ଚିପି ହତ୍ୟା କରିଥିଲେ ଅବନି । ହତ୍ୟା ପରେ ନିଜେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଛୁରି ସାହାଯ୍ୟରେ ହାତ କାଟିଥିଲେ ବି, ଆତ୍ମହତ୍ୟା କରିବାକୁ ସେ ବିଫଳ ହୋଇଥିଲେ । କିଛି ଉପାୟ ନ ପାଇ ପରେ ସେ ଘର ପାଖରେ ବୁଲୁଥିବା ସମୟରେ ଆଜି ସନ୍ଧ୍ୟା ସମୟରେ ପୁଲିସ ତାଙ୍କୁ ଗିରଫ କରିଛି । ପୁଲିସ ଓ ସାଇଂଟିଫିକ ଟିମ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛନ୍ତି ।
ଅବନୀ ଟ୍ରେଡିଂରେ ଅନେକ ଦିନ ଧରି ଟଙ୍କା ଲଗାଇଆସୁଥିଲେ । କିନ୍ତୁ ଟ୍ରେଡିଂ କେତେବେଳେ କାହାର ଭାଗ୍ୟ ବଦଳାଇଦେବ ତାହା କାହାକୁ ଜଣା ନଥାଏ । କିନ୍ତୁ ଭାଗ୍ୟ ଯଦି ସାଥ ନଦିଏ ତେବେ ତଳିତଳାନ୍ତ କରିଦିଏ ଟ୍ରେଡିଂ । ଅବନି ନିଜର ସବୁଟଙ୍କା ଲଗାଇବା ପରେ ଦେବାଳିଆ ହୋଇଗଲେ । ଆର୍ଥିକ ସମସ୍ୟା ଯୋଗୁଁ ଚାପରେ ଥିଲେ ଅବନୀ । ଅଧିକ ଚାପଗ୍ରସ୍ତ ହୋଇ ନିଜ ପରିବାରକୁ ମାରି ନିଜେ ଆତ୍ମହତ୍ୟା କରିବାକୁ ଶେଷ ଉପାୟ ଭାବିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/Husband-Killed-His-Wife-Son_Thumbnail-1.jpg)