ଜୟପୁର: ଆଜିଠୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ଜୟପୁରରେ ମା’ ଓ ପୁଅ ମାଟ୍ରିକ ପରୀକ୍ଷା ଦେଉଥିବା ଦେଖିବାକୁ ମିଳିଛି। ଜୟପୁର ବ୍ଲକର ପୁଜାରୀପୁଟ ଗାଁର ତ୍ରିନାଥ ପ୍ରସାଦ ପାତ୍ରଙ୍କ ପତ୍ନୀ ଜ୍ୟୋତ୍ସ୍ନା ପାଢ଼ୀ ଜୟପୁର ସରକାରୀ ବିଦ୍ୟାଳୟରେ ପତ୍ର ବିନୀମୟରେ ମାଟ୍ରିକ ପରୀକ୍ଷା ଦେଇଥିଲେ। ସେଭଳି ତାଙ୍କ ପୁଅ ଆଲୋକନାଥ ପାତ୍ର ପୁଜାରୀପୁଟ ସରକାରୀ ହାଇସ୍କୁଲରେ ପରୀକ୍ଷା ଦେଇଥିଲେ। ଉଭୟଙ୍କୁ ସହଯୋଗ କରିଛନ୍ତି ତ୍ରିନାଥ।
/sambad/media/post_attachments/wp-content/uploads/2022/04/jpr-matrick-jyostna-alok-1-1024x576.jpg)
ମାଟ୍ରିକ ପରୀକ୍ଷା ଦେବା ପାଇଁ ମା’ ଓ ପୁଅ ଚଳିତ ବର୍ଷ ପ୍ରସ୍ତୁତି ଏକା ସାଙ୍ଗରେ କରିଥିଲେ । ପୂର୍ବରୁ ମା’ ପାଠପଢା ଛାଡ଼ିଦେଇଥିଲେ। ତ୍ରିନାଥ ପତ୍ନୀ ଜ୍ୟୋତ୍ସ୍ନାଙ୍କୁ ପତ୍ରବିନିମୟରେ ମାଟ୍ରୀକ ପରୀକ୍ଷା ଦେବାକୁ ପ୍ରତ୍ସାହିତ କରିଥିଲେ। ଏବଂ ଜୟପୁରସରକାରୀ ଉଚ୍ଚବିଦ୍ୟାଳୟରେ ଥିବା କେନ୍ଦ୍ରରେ ଆଡମିସନ୍ କରାଇଥିଲେ। କୋଭିଡ୍ ପାଇଁ ପାଠ ପଢ଼ା ଅନଲାଇନରେ ହେବା ପରେ ମା’ ଓ ପୁଅ ବି ପୃଥକ ପୃଥକ ଭାବେ ଅନଲାଇନରେ ପାଠ ପଢ଼ି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ।
ତ୍ରିନାଥ ପ୍ରଥମେ ପୁଅ ଆଲୋକନାଥକୁ ଗାଁ ସ୍କୁଲରେ ଛାଡ଼ି ପତ୍ନୀଙ୍କୁ ଆଣି ଜୟପୁର ସରକାରୀ ଉଚ୍ଚବିଦ୍ୟାଳୟରେ ପହଚାଂଇଥିଲେ। ଜ୍ୟୋତ୍ସ୍ନା ଏଠାରେ ପରୀକ୍ଷା ଦେଇଥିଲେ। ଶିକ୍ଷା ଗ୍ରହଣ କରିବାକୁ କୌଣସି ବୟସ ନଥିବା ଉଭୟ ପ୍ରମାଣିତ କରି ଦେଖାଇଛନ୍ତି। ଏହା ସହ ସ୍ବାମୀ ତ୍ରିନାଥ ପତ୍ନୀଙ୍କୁ ପାଠ ପଢ଼ିବା ପ୍ରତି ପ୍ରତ୍ସାହିତ କରିବା ସହ ପାଠ ପଢ଼ା ଏବଂ ପରୀକ୍ଷା ସମୟରେ ସହଯୋଗ କରି ଆସୁଥିବାରୁ ସାଧାରଣରେ ସ୍ବାଗତ କରିଛନ୍ତି। ଅଧିକା ଶିକ୍ଷାଗ୍ରହଣ କଲେ ଅଧିକା ଜ୍ଞାନ ମିଳିଥାଏ ବୋଲି ତ୍ରିନାଥ କହିଛନ୍ତି। ନିଶ୍ଚିତ ରୁପେ ଅଧାରୁ ପାଠ ଛାଡୁଥିବା ବ୍ୟକ୍ତି ଏବଂ ପାଇଁ ଏହି ପରିବାର ପ୍ରେରଣାର ସ୍ରୋତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/d46dc81a-1617-4feb-bcc6-b404fdfcc07b.jpg)