ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟ କୁମାରବେଗପଲ୍ଲୀ ଗ୍ରାମରେ ଆଜି ୪୦ ଫୁଟ ଗଭୀର କୂଅରେ ଫସି ଯାଇଥିବା ମାଆ ଓ ପୁଅଙ୍କୁ ଅଗ୍ନିଶମ ବାହିନୀ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଛି। ଅନ୍ନପୂର୍ଣ୍ଣା ଗୌଡ଼ (୭୫) ଆଜି ସକାଳେ ଘର ବାରିପଟେ ଥିବା କୂଅ ଚନ୍ଦିନୀ ଉପରେ ବସିଥିଲେ। ଏ ସମୟରେ ହଠାତ୍ ମୁଣ୍ଡ ବୁଲାଇବାରୁ ସେ କୂଅ ଭିତରେ ଖସି ପଡ଼ିଥିଲେ। ବୃଦ୍ଧା ମାଆଙ୍କୁ ଉଦ୍ଧାର କରିବା ଲାଗି ପୁଅ ତିରୁପତି (୫୨) ନିଜ ଜୀବନକୁ ବାଜି ଲଗାଇ କୂଅକୁ ଡେଇଁ ପଡ଼ିଥିଲେ। ହେଲେ ଗଭୀର କୂଅରୁ ବାହାରି ଉପରକୁ ଆସିବା ଉଭୟଙ୍କ ପକ୍ଷେ ଆଉ ସମ୍ଭବ ନଥିଲା। ସଂଗେ ସଂଗେ ସୂଚନା ପାଇଁ ଛତ୍ରପୁର ଅଗ୍ନିଶମ ବାହିନୀ ପହଞ୍ଚିଥିଲେ। ୩୫ ମିନିଟ୍ ଅକ୍ଲାନ୍ତ ପରିଶ୍ରମ ପରେ କର୍ମଚାରୀମାନେ ମାଆ ଓ ପୁଅଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡ଼ିଛି। ଛତ୍ରପୁର ଅଗ୍ନିଶମ ବାହିନୀର ଆସିଷ୍ଟାଣ୍ଟ୍ ଫାୟାର୍ ଅଫିସର ବିଶ୍ବନାଥ ମହାନ୍ତିଙ୍କ ତତ୍ତ୍ବାବଧାନରେ ଓ ଲିଡିଂ ଫାୟାର୍ମ୍ୟାନ୍ ଅଭିରାମ ନାୟକଙ୍କ ନେତୃତ୍ବରେ ଉଦ୍ଧାର କାର୍ଯ୍ୟ ସଂପନ୍ନ ହୋଇଥିଲା। କାହ୍ନୁଶ୍ରୀଚନ୍ଦନ ପରିଡ଼ା, ରାକେଶ ମାନସିଂ, ତପନ ବେହେରା, ଜଗନ୍ନାଥ ଦାସ ଏବଂ କିଶୋର ମାଝୀ ପ୍ରମୁଖ କର୍ମଚାରୀ ଏହି ଉଦ୍ଧାର କାର୍ଯ୍ୟରେ ସାମିଲ ଥିଲେ।
୪୦ ଫୁଟ ଗଭୀର କୂଅରୁ ମାଆ, ପୁଅ ଉଦ୍ଧାର
/sambad/media/post_attachments/wp-content/uploads/2020/08/well.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)