ନୂଆପଡ଼ା: ନୂଆପଡ଼ା ଥାନା କେନ୍ଦୁବେହେରା ଗ୍ରାମରେ ରାତିରେ ବିଷଧର ସାପ କାମୁଡ଼ାରେ ମା ଓ ଝିଅ ମୃତ ହୋଇଥିବା ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି।
ପ୍ରକାଶ ଯେ କେନ୍ଦୁବେହେରା ଗ୍ରାମର ନିରାଶା ଶବର (୩୪) ଝିଅ ସବିତା ଶବର (୧୪) ରାତିରେ ଘରେ ଖାଇସାରି ଶୋଇଥିବା ବେଳେ ଘରେ ଉଭୟଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା।
ଘରଲୋକେ ସକାଳେ ମା ଓ ଝିଅକୁ ଗୁରୁତର ଅବସ୍ଥାରେ ନୂଆପଡ଼ା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ମା ଓ ଝିଅକୁ ମୃତ ଘୋଷଣା କରିଛନ୍ତି। ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/Mother-Daughter-Died-on-Snake-Bite_Thumbnail.jpg)