ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଉଲଗ୍ନ ଅବସ୍ଥାରେ ଉଦ୍ଧାର ହୋଇଥିବା ମା’ ଓ ଝିଅ ଅବଶେଷରେ ଛତିଶଗଡ଼ରେ ଥିବା ନିଜ ଗାଁ ଖାରିବାହାଲକୁ ଫେରିଛନ୍ତି। ଗତକାଲି ଛତିଶଗଡ଼ରୁ ଆସିଥିବା ମହିଳାଙ୍କ ଝିଅ ଓ ଯାଆଙ୍କ ସହ ଆଜି ସକାଳେ ଫେରିଛନ୍ତି। ଟାଉନ୍ ଥାନା ପୁଲିସ୍ ପରିବାରକୁ ଉଦ୍ଧାର ହୋଇଥିବା ମା’ ଓ ଝିଅଙ୍କୁ ହସ୍ତାନ୍ତର କରିବା ପରେ ଛତିଶଗଡ଼ରେ ଥିବା ସେମାନଙ୍କ ଗାଁରେ ପହଞ୍ଚାଇଥିବା ଜଣାଯାଇଛି।
ଉଦ୍ଧାର ମା’ ଝିଅଙ୍କ ଗତକାଲି ଠିକଣା ମିଳିଥିଲା। ଉଭୟଙ୍କ ଘର ଛତିଶଗଡ଼ର ତୁମଲା ଥାନା ଖାରିବହାଲ ଗାଁରେ ବୋଲି ଜଣାପଡ଼ିଥିଲା। ସୁନ୍ଦରଗଡ଼ ଟାଉନ୍ ଥାନାରେ ମହିଳାଙ୍କ ବଡ଼ ଭଉଣୀ ଓ ସାନ ଝିଅଙ୍କ ବୟାନ ରେକର୍ଡ୍ କରାଯାଇଥିଲା। ପରେପରିବାର ଲୋକଙ୍କୁ ଖୋଜି ବାହାର କରିଥିଲା ସୁନ୍ଦରଗଡ଼ ପୁଲିସ।
ଏଣେ ପୀଡ଼ିତା ମହିଳାଙ୍କ ସ୍ୱାମୀଙ୍କର ମୃତ୍ୟୁ ଘଟିବା ପରେ ସେ ୮ ବର୍ଷ ହେବ ମାନସିକ ବିକୃତ ହୋଇ ଯାଇଥିବା ପରିବାର ଲୋକେ କହିଛନ୍ତି। ୪ ଦିନ ହେବ ସେ ଘର ଛାଡ଼ି ଚାଲି ଆସିଥିଲେ ବୋଲି ପରିବାର ଲୋକେ କକହିଥିଲେ।
ଏହାପରେ ସେ କାଉନସେଲିଂ ବେଳେ କହିଥିଲେ, ଯେ ସେ ତାଙ୍କ ସମ୍ପର୍କୀୟ ଦିଅରଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲେ। ଯାହା ଏବେ ରାଜ୍ୟର ପ୍ରମୁଖ ପ୍ରସଙ୍ଗ ପାଲଟିଛି । ତେବେ ଦୁଷ୍କର୍ମ ସମ୍ପର୍କରେ ଏଯାଏ ମୁହଁ ଖୋଲି ନାହାନ୍ତି ବଡ଼ ଭଉଣୀ। ତେବେ ଦୁଇ ମହିଳା ଏବଂ ପରିବାର ବର୍ଗଙ୍କ ବୟାନ ରେକର୍ଡ କରାଯିବ। ଦୁଷ୍କର୍ମ ହେଇଛି ନା ନାହିଁ ଜାଣିବା ପାଇଁ କରାଯିବ ମେଡିକାଲ ଯାଞ୍ଚ। ଦୁଷ୍କର୍ମ ହୋଇଥିଲେ ମାମଲା ରୁଜ୍ଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ପଥଲଗାଁଓ ଏସ ଡି ପି ଓ।