ବେଗୁନିଆ : ମହିୟସୀ ସୁଲକ୍ଷଣା ଦାସ ସ୍ମୃତିସଂସଦ ଆନୁକୂଲ୍ୟରେ ‘ବିଶ୍ୱ ମାତୃଦିବସ’ ପାଳିତ ହୋଇଯାଇଛି। ଏହି ଅବସରରେ ଅତିଥିମାନେ କହିଛନ୍ତି ଯେ ସଭିଙ୍କ ସଫଳତା ପଛରେ ମା’ ରହିଛନ୍ତି।
ରବିବାର ଅପରାହ୍ନରେ ସ୍ଥାନୀୟ ନୂଆସାହି ଶ୍ରୀଜଗନ୍ନାଥ ମନ୍ଦିର ସଂଲଗ୍ନ ଆମ୍ରକାନନ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ବର୍ଗତା ସୁଲକ୍ଷଣା ଦାସଙ୍କ ସୁପୁତ୍ର, କାର୍ଯ୍ୟକ୍ରମ ଆବାହକ ତଥା ବିଶିଷ୍ଟ ରସାୟନଶାସ୍ତ୍ରୀ ଡ.ହରିପ୍ରସାଦ ଦାସ ପୌରୋହିତ୍ୟ କରିଥିଲେ। ବିଶିଷ୍ଟ ସାହିତ୍ୟିକା ଡ. ପ୍ରତିଭା ମହାରଥୀ ମୁଖ୍ୟଅତିଥି ଏବଂ ‘ସମ୍ବାଦ’ ଗ୍ରୁପ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ସମ୍ମାନିତ ଅତିଥି ରୂପେ କାର୍ଯ୍ୟକ୍ରମରେ ଯୋଗଦେଇ ଶିଶୁର ସର୍ବୋତ୍ତମ ବିକାଶରେ ମା’ର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଓ ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ଦୁଇ ବର୍ଷିୟାନ ତଥା ମହିୟସୀ ମା’ ସୁରମା ଦେବୀ ଓ ତରଙ୍ଗବାଳା ବେଉରାଙ୍କୁ ‘ମାତୃ ସମ୍ମାନ’ରେ ସମ୍ମାନିତ କରାଯିବା ସହ ଅତିଥି ଦ୍ବୟଙ୍କୁ ଉତ୍ତରୀୟ ଓ ଉପଢୌକନ ସହ ସମ୍ବର୍ଦ୍ଧିତ କରାଯାଇଥିଲା।
ପ୍ରଫେସର ରବୀନ୍ଦ୍ର ନାଥ ପାଣିଗ୍ରାହୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲା ବେଳେ ଆଦର୍ଶ କ୍ଲବ୍ ସଭାପତି ସୂର୍ଯ୍ୟକାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/K-3-Begunia-biswa-matru-dibasha.jpg)