ମମିତା ମେହେର୍‌ ହତ୍ୟା ଘଟଣା: ସିବିଆଇ ତଦନ୍ତ ପାଇଁ ରାଜ୍ୟପାଳଙ୍କୁ ଭେଟିଲା ‘ମାଆ’

ଭୁବନେଶ୍ବର : ମହାଲିଙ୍ଗ ସନସାଇନ୍ ବିଦ୍ୟାଳୟର ଅଧ୍ୟକ୍ଷା ମମିତା ମେହେର୍‌ ହତ୍ୟା ଘଟଣାର ସିବିଆଇ ତଦନ୍ତ ପାଇଁ ମହିଳା ଅଧିକାର ଅଭିଯାନ(ମାଆ) ରାଜ୍ୟପାଳଙ୍କୁ ଭେଟିଛି।

ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ଯେ, ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମେତ ରାଜ୍ୟ ମନ୍ତ୍ରିମଣ୍ଡଳର ଅନେକ ସଦସ୍ୟ ଓ କିଛି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଘନିଷ୍ଠତା ରହିଛି। ଖୋଦ୍‌ ଗୃହମନ୍ତ୍ରୀଙ୍କ ସମ୍ପର୍କ ଥିବାରୁ ରାଜ୍ୟ ପୁଲିସ ବିଭାଗ ଆରମ୍ଭରୁ ଚାପରେ ରହିଛି। ଯାହାଦ୍ବାରା ତଦନ୍ତ ଦିଗହରା ହେବା ସହ ପୀଡ଼ିତା ପରିବାର ଉପରେ ମଧ୍ୟ ଚାପ ପଡ଼ିଛି। କାରଣ ପୂର୍ବରୁ ପୀଡ଼ିତାଙ୍କ ପରିବାରର ବୟାନ ବର୍ତ୍ତମାନ ବୟାନ ମଧ୍ୟରେ ଦେଖାଦେଇଥିବା ପାର୍ଥକ୍ୟରୁ ସ୍ପଷ୍ଟ ବାରିହେଉଛି। ତଦନ୍ତକୁ ଦିଗହରା ପାଇଁ ଚକ୍ରାନ୍ତ ଚାଲିଥିବାରୁ ପ୍ରତିନିଧି ମଣ୍ଡଳୀ ଗଭୀର ଉଦବେଗ ପ୍ରକାଶ କରିଥିଲେ। ତେଣୁ ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ପାଇଁ ସିବିଆଇକୁ ମାମଲା ହସ୍ତାନ୍ତର କରାଯାଉ ବୋଲି ଅନୁଷ୍ଠାନ ଦୃଢ଼ ଦାବି କରିଛି। ବୁଧବାର ମଧ୍ୟାହ୍ନ ୧ଟା ସମୟରେ ସମାଜସେବୀ ନମ୍ରତା ଚଢ଼ାଙ୍କ ନେତୃତ୍ବରେ ଅଞ୍ଜନା ମିଶ୍ର, ପ୍ରୀତି ଧଳ ଓ ମଧୁଲିତା ପରିଡ଼ାଙ୍କ ସହ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର