ଚାରି ସନ୍ତାନର ମା’ଙ୍କୁ ଧରି ଚାରି ସନ୍ତାନର ବାପା ଫେରାର, ୩୫ ହଜାର ଓ ସୁନା ଗହଣା ନେଇଥିବା ଅଭିଯୋଗ

ଡାବୁଗାଁ: ଜଣେ ଚାରି ସନ୍ତାନର ମା’ଙ୍କୁ ଚାରି ସନ୍ତାନର ବାପା ଧରି ଫେରାର ହୋଇଯିବା ପରି ଏକ ଅବିଶ୍ୱନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଜବାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଫୁଲ ଭଟ୍ଟା ଗ୍ରାମରେ। ଉଭୟ ବାପା ଓ ମା’ଙ୍କର ସନ୍ତାନମାନେ ଅନାଥ ହୋଇଯାଇଥିବା ବେଳେ ଏ ନେଇ ଡାବୁଗାଁ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ ଡାବୁଗାଁ ଥାନା ଜବାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଫୁଲଭଟ୍ଟା ଗ୍ରାମର ବନ୍ଧୁ ଗୌଡ଼ ସ୍ତ୍ରୀ କ୍ଷୀର ଗୌଡ଼ ଓ ଚାରୋଟି ସନ୍ତାନ ସହ ହସଖୁସିରେରେ ରହି ଆସୁଥିଲେ।  କିନ୍ତୁ ସ୍ତ୍ରୀ କ୍ଷୀର ଗୌଡ଼ ସ୍ଵାମୀଙ୍କ ଅଜାଣତରେ ନିକଟ କୋଷାଗୁମୁଡ଼ା ବ୍ଲକ ସାନ ଗୁମୁଡ଼ା ଗ୍ରାମର ସଦନ ମିର୍ଗାନଙ୍କୁ ଭଲ ପାଇ ସମ୍ପର୍କ ରଖିଥିଲେ।। ତେବେ ସଦନ ମିର୍ଗାନର ମଧ୍ୟ ଚାରି ସନ୍ତାନ ରହିଥିବା ବେଳେ ଗତ ଦଶ ଦିନ ତଳେ କ୍ଷୀର ଗୌଡ଼ ସ୍ଵାମୀ ବନ୍ଧୁ ଗୌଡ଼ ସହ ସମସ୍ତ ସମ୍ପର୍କ ଛିନ କରି ସଦନ ମିର୍ଗାନ ସହ ଚାଲି ଯାଇଥିଲେ। ଯିବା ସମୟରେ ଘରେ ଥିବା ୩୫ ହଜାର ଟଙ୍କା ଓ କିଛି ସୁନା ଗହଣା ନେଇ ଚାଲିଯାଇଥିଲେ ବୋଲି ଅଭିଯୋଗ ହୋଇଛି। ବନ୍ଧୁ ଗୌଡ଼ କିଛି ଦିନ ଆଖ ପାଖ ଗ୍ରାମରେ ନିଜ ସମ୍ପର୍କୀୟ ଘର ମାନଙ୍କରେ ସ୍ତ୍ରୀ କ୍ଷୀର ଗୌଡ଼ଙ୍କୁ ଖୋଜାଖୋଜି କରିଥିଲେ। ପରିଶେଷରେ ସ୍ତ୍ରୀ ପରକିୟାପ୍ରିତିରେ ନିକଟ ସାନଗୁମୁଡ଼ା ଗ୍ରାମର ସଦନ ମିର୍ଗାନ ସହ ଚାଲି ଯାଇଥିବା ଜଣା ପଡ଼ିଥିଲା।

ତେବେ ଜଣେ ଚାରି ସନ୍ତାନର ଜନନୀ କିପରି ନିଜର ଜନ୍ମ କଲା ସନ୍ତାନମାନଙ୍କୁ ପର କରି ପର ପୁରୁଷ ସହ ଚାଲିଗଲା ତାହା ଡାବୁଗାଁ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସେହିପରି ସଦନ ମିର୍ଗାନଙ୍କ ମଧ୍ୟ ଚାରି ସନ୍ତାନ ଥିବା ବେଳେ ସେ ମଧ୍ୟ କିପରି ସନ୍ତାନମାନଙ୍କ ଭବିଷ୍ୟତ କଥା ଚିନ୍ତା ନ କରି ପର ସ୍ତ୍ରୀ ସହ ଚାଲିଗଲେ ତାହା ସମସ୍ତଙ୍କୁ ଆଶ୍ଚାର୍ଯ୍ୟ କରିଛି। ଡାବୁଗାଁ ପୁଲିସ ଏ ନେଇ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର