ଅନୁଗୁଳ/ପର୍ଜଙ୍ଗ : ପାରିବାରିକ କଳହର କରୁଣ ପରିଣତ ଯେ କେତେ ଭୟଙ୍କର ତାହା ଶନିବାର ରାତିରେ ପର୍ଜଙ୍ଗ ଥାନା ବାରିହାପୁର ପଞ୍ଚାୟତ ଗୋବିନ୍ଦପୁର ଗାଁରେ ପୁଣି ଦେଖିବାକୁ ମିଳିଛି। ସ୍ବାମୀ ଓ ସ୍ତ୍ରୀଙ୍କ ମଧୢରେ ହୋଇଥିବା ଝଗଡ଼ାକୁ କେନ୍ଦ୍ର କରି ଗାଁର ଜିତୁ ସେଠଙ୍କ ସ୍ତ୍ରୀ ଅନିତା ସେଠ(୨୬) ନିଜ ୩ବର୍ଷର ଝିଅ ଲିପ୍ସା ସେଠଙ୍କ ଦେହରେ ନିଆଁ ଲଗାଇ ନିଜେ ଜଳି ଯାଇଛନ୍ତି। ଲିପ୍ସା ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଆଜି ଆଖି ବୁଜିଛନ୍ତି। ଅନିତା ଜୀବନ ସହ ସ˚ଗ୍ରାମ କରୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଶନିବାର ଦିନ ଏହି ଘଟଣା ଘଟିଥିଲା। କୌଣସି କାରଣକୁ ନେଇ ଅନିତା ଓ ଜିତୁଙ୍କ ମଧୢରେ ଅପରାହ୍ଣରେ ଜୋରସୋର୍ ଝଗଡ଼ା ହୋଇଥିଲା। ଘଟଣାରେ ପୂରା ଭାଙ୍ଗି ପଡ଼ିଥିଲେ ଅନିତା। ତାଙ୍କର ଗୋଟିଏ ପୁଅ ଏବ˚ ଗୋଟିଏ ଝିଅ ଅଛନ୍ତି। ପୁଅକୁ ନେଇ ଜିତୁ ଘରୁ ଗାଁ ଭିତରକୁ ପଳାଇଥିଲେ। ସାନ ଝିଅ ଲିପ୍ସା ଘରେ ଶୋଇଥିଲେ। ଶୋଇବା ଘରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିଲେ ଅନିତା। କବାଟ ବନ୍ଦ କରି କିରୋସିନ ଢାଳି ହୋଇ ଦେହରେ ନିଆଁ ଲଗାଇ ଦେଇଥିଲେ। ଘଟଣା ଜଣାପଡ଼ିବା ପରେ ଗୁରୁତର ଅବସ୍ଥାରେ ଉଭୟ ମା, ଝିଅଙ୍କୁ ଉଦ୍ଧାର କରି ମଣ୍ତାପାଳ ଓ ତା’ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଅବସ୍ଥା ସ˚କଟାପନ୍ନ ଥିବାରୁ ଅନୁଗୁଳରୁ ଡାକ୍ତର ଉଭୟଙ୍କୁ କଟକ ସ୍ଥାନାନ୍ତର କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ କଟକରେ ଲିପ୍ସାଙ୍କର ମୃତ୍ୟୁ ହୋଇଥିବା ବେଳେ ଅନିତା ଜୀବନ ସହ ସ˚ଗ୍ରାମ କରୁଥିବା ଜଣାପଡ଼ିଛି।