ଖଡ଼ିଆଳରେ ଚାଞ୍ଚଲ୍ୟ: ମା ଓ ପୁଅଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ନୂଆପଡ଼ା/ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବାଦୀ ଆମ୍ବ ଗଛରେ ମା ଓ ପୁଅ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏହି ପରିବାର ଖଡ଼ିଆଳ ନିଵାସୀ ହୋଇଥିବା ବେ‌ଳେ ଦୀର୍ଘ ବର୍ଷ ଧରି ବାଦୀ ଗ୍ରାମରେ ଘର ତିଆରି କରି ରହୁଥିଲେ।

ପ୍ରାଥମିକ ସୁତରୁ ଜଣା ଯାଉଛି ଯେ ମୃତ ମା ଓ ପୁଅ ଖମାରୀ ପରିବାରର ସ୍ବର୍ଗତ ହରି ସିଂ ଖମାରୀଙ୍କ ସ୍ତ୍ରୀ ଗାୟତ୍ରୀ ଖମାରୀ (୬୦) ପୁଅ ଆଶିଷ ଖମାରୀ (୩୦) ବୋଲି ଜଣା ପଡ଼ିଛି। ପାରିପାର୍ଶ୍ବକ ପରିସ୍ଥିତିରୁ ଜଣାଯାଉଛି ଯେ ଉଭୟ ମା ଓ ପୁଅ ରାତ୍ରିରେ ଗ୍ରାମଠାରୁ ତିନି ଶହ ମିଟର ଦୂରରେ ଥିବା ଆମ୍ବ ଗଛରେ ନୂଆ ପ୍ଲାଷ୍ଟିକ ରଶି ଦେଇ ଆତ୍ମହତ୍ୟା କରିଛନ୍ତି। ଦୁଇ ଜଣ ଗୋଟିଏ ଗଛରେ ଝୁଲୁଥିବା ବେଳେ ଆତ୍ମହତ୍ୟା କରିଥିବା ସ୍ଥାନରେ ଗୋଟିଏ ପ୍ଲାଷ୍ଟିକ ସ୍ଥୁଳ ଓ ଗୋଟିଏ ଛତା ପଡ଼ିଥିବାର ଦେଖିବାକୁ ମିଳିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଘଟଣାସ୍ଥଳରେ ଖଡ଼ିଆଳ ପୁଲିସ ପହଞ୍ଚି ତଦନ୍ତ କରୁଛି।

ସମ୍ବନ୍ଧିତ ଖବର