ରାୟଗଡ଼ା: ଋଣ ପରିଶୋଧ ଚିନ୍ତାରେ କୀଟନାଶକ ପିଇ ଜୀବନ ହାରିଛନ୍ତି ମାଆ ଓ ପୁଅ। ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ବ୍ଲକ ଜେମାଦେଇପେଣ୍ଠ ଗାଁରେ। ଗୁରୁତର ଅବସ୍ଥାରେ ମାଆ ରଜନୀ ଗୁଡ଼ଲା (୫୫) ଓ ପୁଅ ଶ୍ୟାମ ଗୁଡ଼ଲା (୨୨) କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ଘଟିଛି।
/sambad/media/post_attachments/wp-content/uploads/2022/05/54b18e67-b5a2-45d7-a518-51a13b945ec0.jpg)
ଝିଅ ବାହାଘର ପାଇଁ ଗାଁ ଲୋକଙ୍କ ଠାରୁ ହାତ ଉଦ୍ଧାର ଆଣିଥିଲେ ରଜନୀ। ଗତ ୨ ବର୍ଷ ହେଲା ବାକି ଟଙ୍କା ଶୁଝି ପାରୁନଥିବାରୁ ମାନସିକ ଚିନ୍ତାରେ ଦିନ କାଟୁଥିଲେ। ଗତ କିଛି ଦିନ ତଳେ ଧାର ଦେଇଥିବା ବ୍ୟକ୍ତି ରଜନୀଙ୍କ ଘରେ ପହଞ୍ଚି ଟଙ୍କା ମାଗିବା ସହ ଘରେ ତାଲା ପକାଇ ଦେଇଥିଲେ। ଫଳରେ ମାଆ, ପୁଅ ଘର ବାହାରେ ଦିନ କଟିଥିଲେ। ଖବର ଶେଷଖାଲ ଥାନାରେ ପହଞ୍ଚିବା ପରେ ପୁଲିସ ଘଟଣାରେ ହସ୍ତକ୍ଷେପ କରି ଘର ତାଲା ଖୋଲିଥିଲା। ଏହି ଘଟଣାକୁ ଗତ ୪ ଦିନ ହେଲା ରଜନୀ ଖିଆପିଆ କରୁନଥିଲେ। ମାଆର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ପୁଅ ଶ୍ୟାମ ଚିନ୍ତିତ ଥିବା ବେଳେ ଉଭୟେ ଗତକାଲି ରାତିରେ କୀଟନାଶକ ପିଇ ଦେଇଥିଲେ। ପଡୋଶୀ ଲୋକ ଉଭୟଙ୍କ ଉଦ୍ଧାର କରି ଜେମାଦେଇପେଣ୍ଠ ମେଡିକାଲରେ ଭର୍ତ୍ତି କରିଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମୃତ ଘୋଷଣା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/a0ba63ea-6685-4cac-b129-7eab547294f1.jpg)