କଟକ: କଟକ ବଡ ମେଡିକାଲକୁ ଝିଅର ସ୍ବାସ୍ଥ୍ୟ ଯାଞ୍ଚ ପାଇଁ ଆସୁଥିଲେ ପରିବାର। ବାଲେଶ୍ବର ହଳଦୀପଦା ବିନୋଦ ଦାସଙ୍କ ପତ୍ନୀ ଝରଣା ଦାସ, ପୁଅ ସନ୍ଦୀପ ଦାସ ଓ ସାନ ଝିଅ ଜହ୍ନ। ଝିଅ ଜହ୍ନର ଟ୍ୟୁମର ଅପରେସନ୍ ହୋଇଥିବା ବେଳେ ଚେକଅପ୍ ପାଇଁ ଏସସିବିକୁ ଆସୁଥିଲେ। ଝରଣାଙ୍କ ସାନ ଭଉଣୀ ମମତା ଜେନା ରୁହନ୍ତି ଥୋରିଆ ସାହିରେ। ବିନୋଦ ଗାଁରେ ରହି ଯାଇଥିବା ବେଳେ ଝରଣା, ସନ୍ଦୀପ ଓ ଝିଅ କରମଣ୍ଡଳରେ ଆସିଥିଲେ କଟକ। ହେଲେ ଦୁର୍ଘଟଣାରେ ୩ ଜଣ ସବୁ ଦିନ ପାଇଁ ଆଖି ବୁଜି ଆର ପାରିକୁ ଚାଲିଗଲେ। ଏପଟେ ମମତା ବଡ ଭଉଣୀ ଓ ତାଙ୍କ ପରିବାରକୁ କଟକ ବଡ ମେଡିକାଲରେ ରାତି ସାରା ଅପେକ୍ଷା କରି ରହିଥିବା ବେଳେ ଥୋରିଆ ସାହିରେ ତାଙ୍କ ଘରେ ଚୋର କଳାକନା ବୁଲାଇ ଦେଇଛନ୍ତି। ସୁନା, ଟଙ୍କା, ମୂଲ୍ୟବାନ ସାମଗ୍ରୀ ସବୁ କିଛି ନେଇ ଯାଇଛନ୍ତି।
ଚାଲିଗଲେ ମା’, ପୁଅ, ଝିଅ; ବଞ୍ଚିଗଲେ ବାପା
ବଡ଼ ଭଉଣୀଙ୍କୁ ଅପେକ୍ଷା କରିଥିବା ସାନ ଭଉଣୀଙ୍କ ଘରେ କଳାକନା ବୁଲାଇ ଦେଲେ ଚୋର
/sambad/media/post_attachments/wp-content/uploads/2023/06/aaaa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)